ଦାରୁଠେଙ୍ଗ ଅଳିଆ ବିବାଦର ଖୁବଶୀଘ୍ର ହେବ ସମାଧାନ

ଭୁବନେଶ୍ବର: ଦାରୁଠେଙ୍ଗ ଅଳିଆ ବିବାଦକୁ ନେଇ ବସିଥିବା ବୈଠକ ଶେଷ ହୋଇଛି । ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ବୈଠକ ପରେ ମନ୍ତ୍ରୀ କହିଛନ୍ତି, ଗ୍ରାମବାସୀଙ୍କ ପ୍ରସ୍ତାବ ଅନୁଯାୟୀ ପ୍ରକ୍ରିୟା ଆରମ୍ଭ ହୋଇଛି । ଖୁବଶୀଘ୍ର ସମସ୍ୟାର ସମାଧାନ ହେବ । ଆଲୋଚନା ପ୍ରାୟତଃ ସଫଳ ହୋଇଛି । ୯ ମାସ ସମୟ ମାଗିଛନ୍ତି ଗ୍ରାମବାସୀ । ତା ପୂର୍ବରୁ ସମସ୍ୟା ସମାଧାନ କରିବାକୁ ଚେଷ୍ଟା କରିବୁ ବୋଲି ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି ।