କ୍ୟାମୋଥେରାପି ଚିକିତ୍ସାରେ ନିଜ କେଶର ସୁରକ୍ଷା ପାଇଁ ହେଲମେଟ୍ ତିଆରି କରିଥିଲେ ମହିଳା

ନୂଆଦିଲ୍ଲୀ: ଆର୍ଜେଣ୍ଟିନା ମହିଳା ପାଉଲ ଏଷ୍ଟ୍ରାଡା ଯେତେବେଳେ ବ୍ରେଷ୍ଟ କ୍ୟାନସରରେ ପଡ଼ି ଚିକିତ୍ସିତ ହେଉଥିଲେ ସେତେବେଳେ କ୍ୟାମେଥେରାପିରେ ତାଙ୍କର ସୁନ୍ଦର ସୁନା ରଙ୍ଗର କେଶ ନଷ୍ଟ ହେଉଥିଲା। ଏପଟେ କ୍ୟାନ୍ସର ଚିକିତ୍ସା ସେପଟେ ବାଳ ନଷ୍ଟ ହେବାକୁ ନେଇ ଟେନ୍‌ସନ ଥିଲେ ପାଉଲ। ତେଣୁ କ୍ୟାମୋଥେରାପି ଚିକିତ୍ସାରୁ କିପରି ନିଜର ମୁଣ୍ଡର କେଶକୁ ସୁରକ୍ଷା ଦିଆଯାଇପାରିବ ସେ ନେଇ ନିଜେ ଗବେଷଣା କରି ତିଆରି କଲେ ଏକ ହେଲ୍‌ମେଟ୍‌।  ତାଙ୍କର ଏହି ଗବେଷଣା କେବଳ ଯେ ତାଙ୍କୁ ଉପକୃତ କଲା ତାହା ନୁହେଁ ବରଂ ସମସ୍ତ ଚିକିତ୍ସିତ ରୋଗୀଙ୍କ ପାଇଁ ବରଦାନ ପରି ହେଲା।

୨୦୦୯ରେ ମହିଳା ପାଉଲ ଏଷ୍ଟ୍ରାଡା ସ୍ତନ କର୍କଟରେ ପୀଡ଼ିତ ହୋଇଥିଲା। ସେତେବେଳକୁ ତାଙ୍କୁ ମାତ୍ର ୪୧ ବର୍ଷ ହୋଇଥିଲା। ହେଲେ ସେ ଚିକିତ୍ସା ସାଙ୍ଗକୁ ନିଜର ଚମକପ୍ରଦ କେଶ ହରାଉଥିଲେ। ଯାହା ତାଙ୍କୁ ଶାରିରୀକ ଓ ମାନିସିକ ରୂପରେ ଆହୁରି ରୋଗାଗ୍ରସ୍ତ କରିଦେଉଥିଲା। ଏଥିପାଇଁ ସେ ଏକ ଆଇସ୍ ପ୍ୟାକ୍‌ରେ ଗୋଟେ ଅସ୍ଥାୟୀ ହେଲ୍‌ମେଟ୍ ପ୍ରସ୍ତୁତି କରି ବ୍ୟବହାର କରି ବ୍ୟବହାର କଲେ।  ଫଳରେ ହେଲ୍‌ମେଟ୍‌ର ଥଣ୍ଡା ରକ୍ତ ବାହିକାକୁ ସଂକୁଚିତ କରି କ୍ୟାମୋଥେରାପି ଔଷଧ ପ୍ରଭାବକୁ କେଶର ମୂଳ ପର୍ଯ୍ୟନ୍ତ ଯିବାକୁ ଅଟକାଇଥିଲା। ଯେଉଁଥିରେ ତାଙ୍କ ବାଳ ଝଡ଼ିବାରୁ ମୁକ୍ତି ମିଳିଥିଲା।