ଧର୍ମଶାଳାରେ ରାଜନୈତିକ ହିଂସା

ପୂର୍ବତନ ବିଧାୟକଙ୍କ ଗାଡ଼ି ଉପରକୁ ଆକ୍ରମଣ

ଧର୍ମଶାଳା, ୧୩/୦୪: ଧର୍ମଶାଳାରେ ଦେଖିବାକୁ ମିଳିଛି ରାଜନୈତିକ ହିଂସା। ପୂର୍ବତନ ବିଜେଡ଼ି ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରକୁ କିଛି ଦୁର୍ବୃତ୍ତମାନେ ଆକ୍ରମଣ କରିଥିବାର ନଜର ଆସିଛି।

ଯାଜପୁର ଜିଲ୍ଲା ଧର୍ମଶାଳାର ଆରୁହା ପଞ୍ଚାୟତରେ ଥିବା ମା’ ହିଙ୍ଗୁଳାଙ୍କ ଯଜ୍ଞ ଉତ୍ସବରେ ଯୋଗ ଦେବାକୁ ଯାଉଥିବା ବେଳେ ତାଙ୍କ ଗାଡିକୁ ଅଟକାଇ ଥିଲେ କିଛି ଗୋଷ୍ଠୀ। ବିରୋଧୀ ଗୋଷ୍ଠୀ ଠେଙ୍ଗାରେ ତାଙ୍କ ଗାଡ଼ିକୁ ମଧ୍ୟ ଭାଙ୍ଗି ଦେଇଥିବାର ଖବର ଆସିଛି। ଜେନାପୁର ପୋଲିସ ପହଞ୍ଚିବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଛି।

ବିଜେଡି ଯୁବ ଓ ଛାତ୍ର ଶାଖା ଦାୟିତ୍ୱରେ ଥିବା ପ୍ରଣବ କୁମାର ବଳବନ୍ତରାୟ ୨୦୧୪ ଓ ୨୦୧୯ ନିର୍ବାଚନରେ ଧର୍ମଶାଳା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଦୁଇ ଥର ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ।