ନୂଆଦିଲ୍ଲୀ, ୧୩/୦୪: ଏପ୍ରିଲ୍ ୧୩ ତାରିଖ ସକାଳେ ପୁଣି ମିଆଁମାରରେ ଭୂମିକମ୍ପ ଅନୁଭୂତ ହୋଇଛି। କେନ୍ଦ୍ରୀୟ ମିଆଁମାରର ମୈକତିଲା ଅଞ୍ଚଳରେ ଆମେରିକା ଜିଓଲୋଜିକାଲ ସର୍ଭେ ଅନୁଯାୟୀ, ୫.୫ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ଏହି ନୂତନ ଭୂକମ୍ପ ଯୋଗୁଁ କୌଣସି ବଡ଼ କ୍ଷୟକ୍ଷତି ଖବର ମିଳିନାହିଁ।
ମିଆଁମାରର ପାଣିପାଗ ବିଭାଗ କହିଛି ଯେ ମଣ୍ଡାଲେଠାରୁ ୯୭ କିଲୋମିଟର ଦକ୍ଷିଣରେ ଅବସ୍ଥିତ ୱାଣ୍ଡୱିନ ଟାଉନସିପ୍ ଅଞ୍ଚଳରେ ୨୦ କିଲୋମିଟର ଗଭୀରତାରେ ରବିବାର ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହାର ଗଭୀରତା ୭.୭ କିଲୋମିଟର ହେବ ବୋଲି ୟୁଏସ୍ ଜିଓଲୋଜିକାଲ ସର୍ଭେ ଆକଳନ କରିଛି।
ମିଆଁମାର ପାରମ୍ପରିକ ନବବର୍ଷ ଥିଙ୍ଗୟାନ ପାଳନ ଅବସରରେ ତିନି ଦିନିଆ ଛୁଟି ପାଳୁଥିବା ବେଳେ ବହୁ ଉତ୍ସବର ଆୟୋଜନ କରାଯାଇଥିଲା। ହେଲେ, ଏହି ଭୂକମ୍ପ ଅନୁଭୂତ ପରେ ସର୍ବସାଧାରଣ ଉତ୍ସବ ବାତିଲ କରାଯାଇଛି।
ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ୨୮ ତାରିଖରେ ମିଆଁମାରରେ ୭.୭ ତୀବ୍ରତାର ବିଶାଳ ଭୂମିକମ୍ପ ଯୋଗୁଁ ୩,୬୪୯ ଜଣଙ୍କ ମୃତ୍ୟୁ ହୋଇଥିଲା। ଏଥିରେ ବ୍ୟାପକ କ୍ଷୟକ୍ଷତି ସୋଇଥିଲା। ଏହି ଭୂକମ୍ପର କେନ୍ଦ୍ରବିନ୍ଦୁ ଥିଲା ମିଆଁମାରର ଦ୍ବିତୀୟ ବୃହତ୍ତମ ସହର ମାଣ୍ଡାଲେ ଏବଂ ରାଜଧାନୀ ନେପିତାଓ।