ରଙ୍ଗ୍‌ ରୁଟ୍‌ରେ ଆସିବାରୁ ଧରିଲା ଟ୍ରାଫିକ୍‌ ପୋଲିସ୍‌

ଭୁବନେଶ୍ୱର, ୩୧।୦୮: ଟ୍ରାଫିକ ପୋଲିସକୁ ମାଡ଼ ମାରିି ୨ ଗିରଫ । ମଙ୍ଗଳବାର ସନ୍ଧ୍ୟାରେ ଏହି ଦୁଇଜଣ ଚେକିଂ ବେଳେ ପୋଲିସ୍‌କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା । ଦୁଇ ଜଣଙ୍କୁ ଗିରଫ କରିଛି ଧଉଳି ଥାନା ପୋଲିସ । ସୂଚନା ଅନୁସାରେ ରଙ୍ଗ ରୁଟରେ ଆସୁଥିବା ସମୟରେ ସେମାନଙ୍କୁ ଅଟକାଇ ଥିଲେ ଟ୍ରାଫିକ କର୍ମଚାରୀ । ଦୁଇ ଜଣ ଯୁବକ ଉତ୍ତ୍ୟକ୍ତ ହୋଇ ଟ୍ରଫିକ କର୍ମଚାରୀଙ୍କୁ ମାଡ଼ ମାରିବା ସହ, ମୋବାଇଲ ଭାଙ୍ଗି ଦେଇଥିଲେ । ଟଙ୍କପାଣି ରୋଡ଼ରେ ଚେକିଂ ବେଳେ ଏଭଳି ଘଟଣା ଘଟିଥିଲା ।