ଉଠା ଦୋକାନକୁ ନେଇ ଯୁବକଙ୍କୁ ହତ୍ୟା, ପୋଲିସ ଘଟଣାକୁ ଗୁରୁତ୍ୱ ସହ ନେଉଛୁ- ଡିସିପି

ଦୋକାନ ବସାଇବାକୁ ନେଇ ଯୁବକଙ୍କୁ ନିର୍ମମ ହତ୍ୟା । ବାଣୀବିହାର ଛକରେ ସୌମ୍ୟ ରଞ୍ଜନ କୁଣ୍ଡୁ ଏକ ପାନ ଦୋକାନ କରିଥିଲା । ଦୋକାନ କରିବା ନେଇ ଦୁଇ ଜଣ କାବୁ ଦାସ, ପାଉଣୀ ଦାସଙ୍କ ସହ ତାଙ୍କର ଝଗଡା ହୋଇଥିଲା । ସେମାନଙ୍କର ଘର ପଥରବନ୍ଧ ବସ୍ତି ଓ ଧିରୀକୁଟି ବସ୍ତି ।

ଖବର ଅନୁଯାୟୀ, ମଙ୍ଗଳବାର ରାତି ପ୍ରାୟ ୨ ଟା ବେଳେ ଏହି ଘଟଣା ଘଟିଥିଲା । ଦୋକାନ ବସାଇବାକୁ ନେଇ ବିଳମ୍ବିତ ରାତିରେ ମଦ ପିଇ ପାଟିତୁଣ୍ଡ ହୋଇଥିଲା । ଧାରୁଆ ଅସ୍ତ୍ର ଓ ବାଉଁଶ ରେ ଆକ୍ରମଣ ହୋଇଥିଲା । ପରେ ଏମ୍ସରେ ସେ ଚିକିତ୍ସାଧୀନ ଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଉଠା ଦୋକାନ ପକାଇବାକୁ ନେଇ ଘଟଣା ଘଟିଛି । ପାର୍ବଣ ବେଳେ ଏହି ଘଟଣାକୁ ଖୁବ ଗୁରୁତର ଭାବେ ପୋଲିସ ନେଇଛି ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ।