ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ

ଭୁବନେଶ୍ବର: ରାଜଧାନୀର ଶାସ୍ତ୍ରୀନଗରର ଶୁଭଶ୍ରୀ ମହାପାତ୍ରଙ୍କ ମୃତ୍ୟୁ ଘଟଣାର ତଦନ୍ତ ଆଗକୁ ବଢ଼ିଛି। ଏବେ ଶୁଭଶ୍ରୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି। ଶୁଭଶ୍ରୀଙ୍କ ମୃତ୍ୟୁ ଶ୍ୱାସରୁଦ୍ଧ ଯୋଗୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ଏହାଛଡ଼ା ଝୁଲନ୍ତା ଅବସ୍ଥାରେ ଶୁଭଶ୍ରୀଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ପୁଲିସକୁ ଶବ ବ୍ୟବଚ୍ଛେଦ ରିପୋର୍ଟ ହସ୍ତାନ୍ତର କରାଯାଇଛି। ତେବେ ମୃତ୍ୟୁ ପୂର୍ବରୁ ଶୁଭଶ୍ରୀ କୌଣସି ବିଷାକ୍ତ ଖାଦ୍ୟ ଖାଇଥିଲେ କି ନାହିଁ, ତାର ଯାଞ୍ଚପାଇଁ ରାଜ୍ୟ ଫରେନସିକ ଲାବକୁ ନମୁନା ପଠାଯାଇଛି।

ଏଣେ ରାଜଧାନୀର ଶାସ୍ତ୍ରୀନଗରରେ ଶୁଭଶ୍ରୀ ହତ୍ୟାକାଣ୍ଡ ମାମଲାରେ ବିସ୍ଫୋରକ ତଥ୍ୟ ହାସଲ କରିଛି ପୁଲିସ। ଶୁଭଶ୍ରୀଙ୍କ ସିଡିଆରରୁ ମିଳିଛି ଏହି ବିସ୍ଫୋରକ ତଥ୍ୟ। ସନ୍ଦେହ ଘେରରେ ଥିବା ଯୁବକଙ୍କୁ ଅଟକ ରଖି ଖାରବେଳନଗର ଥାନାରେ ପଚରା ଉଚରା ଜାରି ରହିଛି। ଥାନାରେ ଅଟକ ଥିବା ବ୍ୟକ୍ତିଙ୍କୁ ଜାଣିଛନ୍ତି ମୃତ ଶୁଭଶ୍ରୀଙ୍କ ସ୍ୱାମୀI ପୂର୍ବରୁ ଯୁବକଜଣକ ତାଙ୍କ ଘରକୁ ଯିବା ଆସିବା ମଧ୍ୟ କରିଛନ୍ତି।