ନୋଇଡା ଟ୍ୱିନ ଟାୱାର ଜମିରେ ଏବେ ହେବ କ’ଣ?

ନୋଏଡା: ଉତ୍ତରପ୍ରଦେଶ ନୋଏଡାରେ ନିର୍ମିତ ଟ୍ୱିନ ଟାୱାର ମାଟିରେ ମିଶି ସାରିଛି। ତେବେ ଖାଲି ଜମିରେ ହେବ କଣ ତାକୁ ନେଇ ଜୋର ଧରିଲାଣି ଚର୍ଚ୍ଚା। ଏହି ଭୂମିର ମାଲିକ ସୁପରଟେକ୍ ଲିମିଟେଡ ସେଠାରେ ଏକ ଅନ୍ୟ ରେସିଡେନ୍ସିଆଲ ପ୍ରକଳ୍ପ କାମ କରିବାକୁ ଚାହୁଁଛନ୍ତି। ତେବେଏଥି ଲାଗି ନୋଏଡା ଅଥରିଟିଙ୍କ ମଞ୍ଜୁରୀ ସାଙ୍ଗକୁ ଏମରାଲ୍ଡ କୋର୍ଟ ହୋମବାୟରଙ୍କ ସହମତିକୁ ଅପେକ୍ଷା କରାଯାଇଛି।

ସୁପରଟେକ୍ ଲିମିଟେଡଙ୍କ ଚେୟାରମ୍ୟାନ ଆର.କେ.ଆରୋରା କହିଛନ୍ତି ଯେ ଏମରାଲ୍ଡ ସୋସାଇଟି ଗୃହ କ୍ରେତାଙ୍କ ସହମତି ପରେ ଏହି ଜମିକୁ ଏକ ଅନ୍ୟ ଆବାସିକ ପ୍ରକଳ୍ପ ଲାଗି ବ୍ୟବହାର କରାଯିବ। ନୋଏଡାରେ ଧ୍ୱଂସ୍ତ ହୋଇଥିବା ଟ୍ୱିନ ଟାୱାର ଏପେକ୍ସ ଓ ସିଏନ୍ ନୋଏଡା ପ୍ରାଧିକରଣଙ୍କ ଦ୍ୱାରା ସେକ୍ଟର ୯୩-ଏ ରେ ଆବଣ୍ଟିତ ଭୂମି ଏମରାଲ୍ଡ କୋର୍ଟ ପ୍ରୋଜେକ୍ଟର ଏକ ଅଂଶବିଶେଷ।

ଟ୍ୱିନ ଟାୱାର ସମେତ ପ୍ରଜୋକ୍ଟର ବିଲ୍ଡିଂ ପ୍ଲାନକୁ ୨୦୦୯ ମସିହାରେ ନୋଏଡା ଅଥରିଟିଙ୍କ ମଞ୍ଜୁରୀ ମିଳିଥିଲା।  ଯାହା ସେ ସମୟର ଭବନ ନିୟମ ଅନୁସାରେ ନିର୍ମିତ ହୋଇଥିଲା ବୋଲି କୁହାଯାଇଛି।