ପାସପୋର୍ଟ ପାଇଁ ଆଉ ଭୁବନେଶ୍ଵର ଯିବାକୁ ପଡିବନି

ବାଲେଶ୍ଵର: ଭୁବନେଶ୍ଵର ଯିବାକୁ ପଡିବନି, ଜିଲ୍ଲାର ମୁଖ୍ୟ ଡାକ ଘରେ କରିହେବ ପାସପୋର୍ଟ । ସରକାରଙ୍କର ଏହି ଘୋଷଣା ପରେ ଅନେକ ଲୋକ ଡାକ ଘରେ ପାସପୋର୍ଟ କରୁଛନ୍ତି । ତେବେ ବାଲେଶ୍ବର ସହରରେ ଥିବା ମୁଖ୍ୟ ଡାକ ଘରେ ପାସପୋର୍ଟ ପାଇଁ ଆବଶ୍ୟକ କର୍ମଚାରୀ ନଥିବାରୁ ଆବେଦନକାରୀ ହନ୍ତସନ୍ତ ହେଉଛନ୍ତି।

ବସିବା ପାଇଁ ଜାଗା ନାହିଁ , ଆଉ ଘଂଟା ଘଂଟା ଲାଇନରେ ଛିଡା ହେଉଛନ୍ତି । ଜଣେ କର୍ମଚାରୀ ପାସପୋର୍ଟ ପାଇଁ ନିୟୋଜିତ ହୋଇଛନ୍ତି । ଆଉ ବାଲେଶ୍ବର ଜିଲ୍ଲାରେ ହାରାହାରି ପ୍ରତିଦିନ ୩୫ଜଣ ବ୍ୟକ୍ତି ପାସପୋର୍ଟ ପାଇଁ ପୋଷ୍ଟ ଅଫିସକୁ ଆସୁଛନ୍ତି । ତା ଭିତରେ ପୁଣି କେତେବେଳେ ସରଭର ଡାଉନ ହୋଇ ଯାଉଛି । ଏଥିପାଇଁ ଲୋକେ ଅତିଷ୍ଠ ହୋଇ ପଡିଲେଣି ।