ହାଇଟେକ୍ ମେଡିକାଲ କଲେଜର ୧୫ତମ ସ୍ନାତକ ଉତ୍ସବ ଚରକ-୨୦୨୫
ଆଗାମୀ ଦିନରେ ଭାରତରେ ସ୍ଵର୍ଣ୍ଣିମ ଅଧ୍ୟାୟ ସୃଷ୍ଟି କରିବ ଓଡ଼ିଶା: ଓଡ଼ିଶା ଉଚ୍ଚନ୍ୟାୟାଳୟର ଜଷ୍ଟିସ୍ ଆନନ୍ଦ ଚନ୍ଦ୍ର ବେହେରା
ଭୁବନେଶ୍ୱର, ୨୬/୦୪: ଓଡିଶାରେ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଥିବା ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲ୍ ଭୁବନେଶ୍ଵର ବର୍ତ୍ତମାନ ସୁଦ୍ଧା ଓଡିଶାକୁ ୧୫୦୦ ମେଧାବୀ ଚିକିତ୍ସାବିତ୍ ସୃଷ୍ଟି କରି ଏକ ଅନନ୍ୟ ଇତିହାସ ସୃଷ୍ଟି କରିଛନ୍ତି। ଏହିପରି ଅବସ୍ଥା ଜାରି ରହିଲେ ଆଗାମୀ ଦିନରେ ଓଡିଶା ଭାରତରେ ଏକ ସ୍ଵର୍ଣ୍ଣିମ ଅଧ୍ୟାୟ ସୃଷ୍ଟି କରିବ ବୋଲି ଓଡିଶା ଉଚ୍ଚ ନ୍ୟାୟାଳୟର ଜଷ୍ଟିସ୍ ଆନନ୍ଦ ଚନ୍ଦ୍ର ବେହେରା ହାଇଟେକ୍ ମେଡିକାଲ କଲେଜର ଚରକ- ୨୦୨୫ ଉଦ୍ଘାଟନରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି। ଓଡିଶାରେ ଶିକ୍ଷା ଓ ସ୍ଵାସ୍ଥ୍ୟ କ୍ଷେତ୍ରରେ ଏକ ସ୍ଵତନ୍ତ୍ର ଭୂମିକା ନିର୍ବାହ କରିଥିବା ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲ୍ ଭୁବନେଶ୍ଵର, ରାଉରକେଲା ଏବଂ ତିରୁପତି ବାଲାଜୀ ଠାରେ ମେଡିକାଲ କଲେଜ ମାଧ୍ୟମରେ ଅନେକ କୃତବିଦ୍ଯ ଚିକିତ୍ସାବିତ୍ ସୃଷ୍ଟି କରୁଛନ୍ତି। ଏହି ଅବସରରେ ହାଇଟେକ୍ ମେଡିକାଲ କଲେଜର ପ୍ରେକ୍ଷାଳୟରେ ପ୍ରତିଷ୍ଠାତା ଅଧ୍ୟକ୍ଷ ଡ. ତିରୁପତି ପାଣିଗ୍ରାହୀ ମେଡିକାଲ ବିଦ୍ୟାର୍ଥୀମାନଙ୍କର ସ୍ନାତକ ଉତ୍ସବ ସେମାନଙ୍କ ଜୀବନରେ ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ସୃଷ୍ଟି କରୁ ଏବଂ ଏହା ମେଡିକାଲ ଡାକ୍ତରମାନେ ଜୀବନସାରା କେବଳ ଶିଖିବାକୁ ପଡିଥାଏ, କେବେବି ସେମାନଙ୍କର ବିଦ୍ୟାର୍ଥୀ ଜୀବନ ଶେଷ ହୁଏ ନାହିଁ ବୋଲି କହିଥିବା ବେଳେ ମ୍ୟାନେଜିଙ୍ଗ୍ ଟ୍ରଷ୍ଟି ସୁରେଶ କୁମାର ପାଣିଗ୍ରାହୀ, ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲ୍ର ପ୍ରିନ୍ସିପାଲ ପ୍ରଫେସର୍ ଡକ୍ଟର ପୂର୍ଣ୍ଣଚନ୍ଦ୍ର ଦାଶ, ଓଡିଶା ୟୁନିଭର୍ସିଟିର ହେଲ୍ଥ ସାଇନ୍ସର ଭାଇସ୍ ଚାନ୍ସେଲର ପ୍ରଫେସର୍ ଡ. ମାନସ ରଞ୍ଜନ ସାହୁ, ଏମ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଆଶୁତୋଷ ବିଶ୍ଵାସ ଉପସ୍ଥିତ ରହି ୧୦୦ ଜଣ ଡାକ୍ତରୀ ବିଦ୍ୟାର୍ଥୀଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରିବା ସହ ଆଗାମୀ ଦିନରେ ସେମାନେ ଓଡିଶା ପାଇଁ ଏକ ସ୍ଵତନ୍ତ୍ର ଭୂମିକା ନିର୍ବାହ କରନ୍ତୁ ବୋଲି ଆହ୍ୱାନ ଦେଇଥିଲେ। ଉପାଧ୍ଯକ୍ଷା ପ୍ରଫେସର୍ ଡ. ଲିସା ଷଡଙ୍ଗୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ପ୍ରଶାସନିକ ଅଧିକାରୀ ଡ. ଗୋପେଶ୍ଵର ଆଚାର୍ଯ୍ୟ ସହଯୋଗ କରିଥିଲେ। ହାଇଟେକ୍ ଗ୍ରୁପ୍ର ନସିଂ କଲେଜ ଏବଂ ବିଜ୍ଞାନ ମହାବିଦ୍ୟାଳୟର ବିଦ୍ୟାର୍ଥୀମାନଙ୍କ ଦ୍ଵାରା ସ୍ଵତନ୍ତ୍ର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।