ବଲାଙ୍ଗିରରେ ପାକିସ୍ତାନୀ ମହିଳା

ପାଖରେ ଅଛି ଭାରତୀୟ ଭୋଟର କାର୍ଡ

ବଲାଙ୍ଗୀର, ୨୬/୦୪: ବଲାଙ୍ଗିରରେ ପାକିସ୍ତାନୀ ମହିଳା। ୬୦ ବର୍ଷ ପୂର୍ବେ ବାପା ଓ ମାଙ୍କ ସହ ଭାରତ ଆସିଥିଲେ ସାରଦା କୁକ୍ରେଜା। ଏହି ପାକିସ୍ତାନୀ ମହିଳାଙ୍କ ପାଖରେ ଅଛି ପାକିସ୍ତାନ ପାସପୋର୍ଟ ଓ ଭାରତୀୟ ଭୋଟର କାର୍ଡ। ପରିବାରର ଅନ୍ୟ ସଦସ୍ୟ ୨୦ ବର୍ଷ ହେଲା ଛତିଶଗଡ ରାୟପୁରରେ ରହୁଛନ୍ତି। ତେବେ ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧ ପୂର୍ବରୁ ୧୯୭୦ ମସିହାରେ କରାଚୀରୁ ପ୍ଲେନ ଯୋଗେ ଦିଲ୍ଲୀ ଆସିଥିଲେ ସପରିବାର। ଦିଲ୍ଲୀରେ ସଂର୍ପକୀୟଙ୍କ ଘରେ କିଛିଦିନ ରହିବା ପରେ ଓଡିଶାର କୋରାପୁଟରେ ରହିଥିଲେ। ତାପରେ ବଲାଙ୍ଗିର ଆସିଥିଲେ। ୬୦ ବର୍ଷ ହେଲା ବଲାଙ୍ଗିର ଠିକାଦାର ପଡାରେ ଘର କରି ମହେଶ କୁମାର କୁକ୍ରେଜାଙ୍କ ସହ ରହିଥିଲେ। ସାରଦା କୁକ୍ରେଜାଙ୍କ ପୁଅ ଓ ଝିଅ ଅଛନ୍ତି। ଝିଅଙ୍କୁ ରାୟଗଡାରେ ବିବାହ କରି ସେଠାରେ ରହୁଛନ୍ତି। ତେବେ ଗତ ୨୨ଏପ୍ରିଲରେ କାଶ୍ମୀରର ପହେଲଗାମରେ ହିନ୍ଦୁ ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀଙ୍କ ମାନେ ଗୁଳି କରିଥିଲେ। ଫଳରେ ୨୬ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା। ଯାହାକୁ ବିଶ୍ବବ୍ୟାପୀ ନିନ୍ଦା କରାଯାଉଛି। ଏହି ଘଟଣା ପରେ ପୁଣି ଥରେ ଭାରତ ପାକିସ୍ତାନ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି। ଭାରତ ସରକାର ଆତଙ୍କବାଦୀ ପାକିସ୍ଥାନକୁ ପାନେ ଦେବା ପାଇଁ ଅନେକ ପଦକ୍ଷେପ ନେଇଛନ୍ତି। ପାକିସ୍ତାନୀଙ୍କୁ ଭାରତ ଛାଡି ଚାଲିଯିବାକୁ ମହଲତ ଦିଆଯାଇଛି। ଏସବୁ ଭିତରେ କିନ୍ତୁ ୬୦ ବର୍ଷେ ତଳେ ପାକିସ୍ତାନ ଛାଡି ବଲାଙ୍ଗିର ଚାଳିଆସିଥିବା ମହିଳା ଓ ତାଙ୍କ ପରିବାର ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ପାକିସ୍ତାନୀ ନାଗରୀକ ସାରଦା ବାଇଙ୍କୁ ଭାରତ ଛାଡିବାକୁ ନିର୍ଦେଶ ଦେଇଛି। ବଲାଙ୍ଗିର ଜିଲ୍ଲା ପୋଲିସ ମୁଖ୍ୟାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।

ଭିଷା ରଦ୍ଦ ହୋଇଥିବାରୁ, ତୁରନ୍ତ ପାକିସ୍ତାନ ପଳାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ନିର୍ଦ୍ଦେଶ ନ ମାନିଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦିଆଯାଇଥିବା ଜଣାପଡିଛି। କିନ୍ତୁ ପୁଅ ବହୁ ଓ ନାତି ନାତୁଣୀ ଥିବାରୁ ପାକିସ୍ତାନ ଯିବାକୁ ଅମଙ୍ଗ ସାରଦା ବାଇ ଏ ନେଇ ମୋଦି ସରକାରକୁ ଗୁହାରି କରିଛନ୍ତି।