ଭୁବନେଶ୍ୱର ଏୟାରପୋର୍ଟରେ କୋଲକାତା ଯାଉଥିବା ବିମାନର ଜରୁରୀ ଅବତରଣ

ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ

ଭୁବନେଶ୍ୱର, ୨୭/୦୪: ପଶ୍ଚିମବଙ୍ଗରେ ତାଣ୍ଡବ ରଚିଛି କାଳବୈଶାଖୀ। ପଶ୍ଚିମବଙ୍ଗରେ ପ୍ରବଳ ବର୍ଷା, ପବନ ଓ ବଜ୍ରପାତ ଯୋଗୁଁ କୋଲକାତା ଅଭିମୁଖେ ଯାଉଥିବା ୮ ବିମାନ ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଥିଲା। ଅପ୍ରତ୍ୟାଶିତ ଅବତରଣ ଯୋଗୁଁ ଯାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିଲା। ତେବେ ପରେ ୬ଟି ବିମାନ କୋଲକାତା ଅଭିମୁଖେ ଯାତ୍ରା କରିଥିବା ବେଳେ ୨ଟି ବିମାନ ଏବେ ବି ରହିଛି।