ସେପ୍ଟେମ୍ବରରେ ନାହିଁ ବାତ୍ୟାର ଆଶଙ୍କା

ସେପ୍ଟେମ୍ବର ମାସରେ ନାହିଁ ବାତ୍ୟାର ଆଶଙ୍କା । ସୂଚନା ଦେଲେ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ । ଆସନ୍ତା ସପ୍ତାହରୁ ରାଜ୍ୟରେ ବର୍ଷା । ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର । ଏହା ପ୍ରଭାବରେ ୫ ତାରିଖରୁ ବର୍ଷାର ବିସ୍ତୃତି ବଢ଼ିବ । ୬ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ।

୮ ଜିଲ୍ଲାକୁ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁରକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ହେଲେ ଆହୁରି ୨ ଦିନ ରହିବ ଦୁର୍ବଳ ମୌସୁମୀର ପ୍ରଭାବ । ଦୁର୍ବଳ ମୌସୁମୀର ପ୍ରଭାବ ପାଇଁ ବଢ଼ୁଛି ତାପମାତ୍ରା । ୨୪ ଘଂଟା ମଧ୍ୟରେ ୨୨ ସହରର ଦିନ ତାପମାତ୍ରା ୩୫ ଡିଗ୍ରୀ କିମ୍ବା ଅଧିକ ରେକର୍ଡ କରାଯାଇଛି । ୩୬ ଦଶମିକ ୭ ଡିଗ୍ରୀ ସହ ଅନୁଗୁଳ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ।