ବଦଳିବ ନୂଆଦିଲ୍ଲୀ ରେଲଓ୍ଵେ ଷ୍ଟେସନର କାୟାକଳ୍ପ

ନୂଆଦିଲ୍ଲୀ: ବଦଳିବ ନୂଆଦିଲ୍ଲୀ ରେଲଓ୍ଵେ ଷ୍ଟେସନର କାୟାକଳ୍ପ। ଦେଖିଲେ ଦୁବାଇ ପରି ଅନୁଭବ ଆସିବ। ଯାତ୍ରୀଙ୍କ ପାଇଁ ଯଥାସମ୍ଭବ ସୁବିଧା ସହିତ ଅତ୍ୟାଧୁନିକ ସେବା ପ୍ରଦାନ ପାଇଁ ଦେଶର ରାଜଧାନୀର ରେଲଓ୍ଵେ ଷ୍ଟେସନର ପୁନର୍ବିକାଶ କରାଯିବା ନେଇ ପ୍ରସ୍ତୁତି କରାଯାଉଛି।

ଶୀଘ୍ର ନୂତନ ରୂପ ନେବନୂଆଦିଲ୍ଲୀ ରେଲଓ୍ଵେ ଷ୍ଟେସନ । ରେଳ ମନ୍ତ୍ରଣାଳୟ ନିଜର ଅଧିକାରିକ ଟୁଇଟର ହ୍ୟାଣ୍ଡେଲରେ ନୂଆଦିଲ୍ଲୀ ରେଲଓ୍ଵେ ଷ୍ଟେସନର ଫଟୋ ସେୟାର କରିଛନ୍ତି। ପ୍ରସ୍ତାବିତ ମୋଡେଲକୁ ଦେଖିଲେ ଏହାର ସୁନ୍ଦରତା ବିଷୟରେ ଆପଣ ଅନୁମାନ କରି ପାରିବେ।

ରେଳ ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତାବିତ ରେଲଓ୍ଵେ ଷ୍ଟେସନର ମୋଡେଲ୍ ଏବଂ ଡିଜାଇନ ଦେଖିଲେ ଦୁବାଇ ପରି ହୃଦବୋଧ ହେଉଛି। ଆଧୁନିକ ସୁବିଧା ସୁଯୋଗରେ ସୁସଜ୍ଜିତ ନୂଆଦିଲ୍ଲୀ ରେଲଓ୍ଵେ ଷ୍ଟେସନର ମୋଡେଲ୍ କୌଣସି ମଲ୍ କିମ୍ବା ବିଶ୍ଵସ୍ତରୀୟ ବିମାନ ବନ୍ଦରଠୁ କମ୍ ଦେଖା ଯାଉ ନାହିଁ।