ଅପରେସନ ସିନ୍ଦୂର: ଚାନ୍ଦିପୁର ଡିଆରଡିଓରେ ହେବ ଜରୁରୀ ବୈଠକ

ଜରୁରୀକାଳୀନ ବୈଠକ ୨ଟାରେ ଅନୁଷ୍ଠିତ ହେବ।

ସମନ୍ୱୟ ରକ୍ଷା କରିବାକୁ ବାଲେଶ୍ଵର ଏସପିଙ୍କ ଅନୁରୋଧ

ଭୁବନେଶ୍ୱର, ୦୯/୦୫: ଦେଶରେ ଚାଲିଥିବା ଯୁଦ୍ଧ ଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି ଏକ ଜରୁରୀ ବୈଠକ ଡକାଇଛନ୍ତି ପୂର୍ବାଞ୍ଚଳ ଡିଆଇଜି (ଡେପୁଟି ଇନ୍ସପେକ୍ଟର ଜେନେରାଲ) ଡ. ସତ୍ୟଜିତ ନାୟକ ।

ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) କାର୍ଯ୍ୟାଳୟରେ ଅପରାହ୍ନ ୨ଟାରେ ଏହି ଜରୁରୀ ବୈଠକ ବସିବ। ଡିଆରଡିଓ, ଚାନ୍ଦିପୁରର ପିଏକ୍ସଇ କ୍ୟାମ୍ପସ ଭିତରେ ଏହି ବୈଠକ ଆୟୋଜନ କରାଯାଇପାରେ। ସମ୍ପୃକ୍ତ ଅଧିକାରୀଙ୍କ ସହ ଯୋଗାଯୋଗ ପାଇଁ ଆବଶ୍ୟକ ବ୍ୟବସ୍ଥା କରିବା ସହ ବୈଠକ ପରିଚାଳନା ପାଇଁ ସୁରୁଖୁରୁରେ ସମନ୍ୱୟ ରକ୍ଷା କରିବାକୁ ବାଲେଶ୍ୱର ଏସପି ଅନୁରୋଧ କରିଛନ୍ତି। ବୈଠକରେ ସୁରକ୍ଷା ଦିଗ, ବିପଦ ଅନୁଭବ ଏବଂ ପ୍ରସ୍ତୁତି ପଦକ୍ଷେପ ଉପରେ ବିସ୍ତୃତ ଆଲୋଚନା କରାଯିବ।