ନୂଆଦିଲ୍ଲୀ, ୦୮/୦୫: ଜମ୍ମୁ-କଶ୍ମୀରର ସାମ୍ବା ଜିଲ୍ଲାରେ ଅନ୍ତର୍ଜାତୀୟ ସୀମାରେ ଶୁକ୍ରବାର ସକାଳେ ଏକ ବଡ଼ ଅନୁପ୍ରବେଶ ଉଦ୍ୟମକୁ ସୀମା ସୁରକ୍ଷା ବାହିନୀ (ବିଏସ୍ଏଫ୍) ପଣ୍ଡ କରିବା ସହ ଜୈଶ-ଏ-ମହମ୍ମଦ ସହ ସମ୍ପୃକ୍ତ ଥିବା ୭ ଜଣ ଆତଙ୍କବାଦୀଙ୍କୁ ନିପାତ କରିଛି। ମେ ୮ ତାରିଖ ରାତି ପ୍ରାୟ ୧୧ଟା ବେଳେ ବିଏସଏଫ ଯବାନମାନେ ସାମ୍ବା ସୀମା ନିକଟରେ ସନ୍ଦେହଜନକ ଗତିବିଧି ଦେଖିଥିଲେ। ପାକିସ୍ତାନର ଗୁଳି ବର୍ଷା, ମିଳାଇଲେ ଓ ଡ୍ରୋନ ଆକ୍ରମଣ ମଧ୍ୟରେ ଏମାନେ ସୁଯୋଗ ଦେଖି ଭାରତ ମଧ୍ୟକୁ ପ୍ରବେଶ କରିବାକୁ ଉଦ୍ୟମ କରୁଥିଲେ।
Next Post