ଭୁବନେଶ୍ୱର, ୧୦/୦୫: ସାମ୍ପ୍ରତିକ ପରିସ୍ଥିତିରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ସହ ନିରାପତ୍ତା ସୁନିଶ୍ଚିତ କରିବାକୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ଓଡ଼ିଶାର ସମସ୍ତ ଆରଡିସି, ଡିଏମ ଓ କଲେକ୍ଟରଙ୍କ ଛୁଟି ବାତିଲ କରିଛନ୍ତି ରାଜ୍ୟ ସରକାର। ଯେଉଁ ସରକାରୀ କର୍ମଚାରୀମାନେ ଛୁଟିରେ ଅଛନ୍ତି ସେମାନଙ୍କୁ ତୁରନ୍ତ ମୁଖ୍ୟାଳୟ ଆସି କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।
ସେହିପରି ଆଇପିଏସ୍ ଅଫିସର ମାନଙ୍କୁ ମଧ୍ଯ ସମାନ ନିର୍ଦ୍ଦେଶ ଦିଆଯାଇଛି। ସବୁ ଆଇପିଏସ୍ ଅଫିସରଙ୍କ ଛୁଟି ବାତିଲ କରିବା ସହ ଛୁଟିରେ ଥିବା ଆଇପିଏସ୍ ଅଫିସରଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ କୁହାଯାଇଛି। ସେହିପରି ଯେଉଁମାନେ ଟ୍ରେନିଂରେ ସେମାନଙ୍କୁ ମଧ୍ୟ କାର୍ଯ୍ୟରେ ଯୋଗ ଦେବାକୁ କୁହାଯାଇଛି।