ଭଦ୍ରକ, ୧୭/୦୫: ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ। ଭଦ୍ରକ ବାସୁଦେବପୁର ବ୍ଲକ କନିଷ୍ଠ ଯନ୍ତ୍ରୀ (ଜେଇ) ଅଶୋକ କୁମାର ଦାସଙ୍କୁ ଗିରଫ କରିଛି ଭିଜିଲାନ୍ସ। ସେ ଜଣେ ଠିକାଦାରଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ମାଗୁଥିବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି।
ସୂଚନା ଅନୁଯାୟୀ, ଜେଇ ଅଶୋକ ଦାସ ଲାଞ୍ଚ ନ ଦେବା ପର୍ଯ୍ୟନ୍ତ ବିଲ୍ ରାଶି ପ୍ରଦାନ କରିବାକୁ ମନା କରିଦେଇଥିଲେ। ତେଣୁ ଠିକାଦାର ଜଣକ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଭିଜିଲାନ୍ସର ପୂର୍ବ ଯୋଜନା ମୁତାବକ, ଜେଇ ଠିକାଦାରଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଥିଲା ଭିଜିଲାନ୍ସ। ତାଙ୍କ ଠାରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଦୃଷ୍ଟିକୋଣରୁ ଜେଇଙ୍କ ସହ ଜଡ଼ିତ ୪ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ଉ ଜାରି ରହିଛି।