‘ଅପରେସନ ସିନ୍ଦୂର’ର ସଫଳତା ଏବଂ ବୀର ଯବାନଙ୍କ ସାହସ ଓ ପରାକ୍ରମ ପାଇଁ ଏକାମ୍ରରେ ତ୍ରିରଙ୍ଗା ଶୋଭାଯାତ୍ରାରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ

ସିନ୍ଦୂର ଯାତ୍ରା ମାଧ୍ୟମରେ ଭାରତୀୟ ସେନାର ଶୌର୍ଯ୍ୟ,ସାହସ ଓ ପରାକ୍ରମକୁ ପ୍ରଣାମ: ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଆମ ବୀର ସୈନିକଙ୍କ ସମ୍ମାନରେ ଏହା ହେଉଛି ପରାକ୍ରମ ଶୋଭାଯାତ୍ରା: ବାବୁ ସିଂ

ଭୁବନେଶ୍ୱର, ୧୭/୦୫: ଏ ଯାତ୍ରା ବୀର ଯବାନଙ୍କ ପାଇଁ,ଏ ଯାତ୍ରା ବାୟୁବୀରଙ୍କ ପାଇଁ,ଏ ଯାତ୍ରା ପ୍ରତି ସୈନିକଙ୍କ ସାହସ ଓ ପରାକ୍ରମ ପାଇଁ,ଆଉ ଏ ଯାତ୍ରା ଅପରେସନ ସିନ୍ଦୂର ପାଇଁ,ହାତରେ ତ୍ରିରଙ୍ଗା ମୁହଁରେ ଭାରତ ମାତା କି ଜୟ ନାରା, କମ୍ପୁଛି ଗଗନ ପବନ, ସବୁଠି ଶୁଭୁଛି ବନ୍ଦେ ମାତରମ, ଭାରତ ମାତା କି ଜୟ ଆଉ ଜୟ ଯବାନ,ଅପରେସନ ସିନ୍ଦୂରର ସଫଳତାକୁ ନେଇ ଆଜି ଏକାମ୍ର ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀର ନୂଆଗାଁ ପେଟ୍ରୋଲ ପମ୍ପ ଠାରୁ ଆରମ୍ଭ ହୋଇ ନାଥପୁର ସ୍ଥିତ ଜାଡୁମଲ୍ଲି ମନ୍ଦିର ପଯ୍ୟନ୍ତ ହଜାର ହଜାର ଲୋକ ଙ୍କ ଗହଣରେ ତ୍ରିରଙ୍ଗା ଯାତ୍ରା ରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।ଏହା ମାଧ୍ୟମରେ ପହଲଗାମ ଆକ୍ରମଣର ପ୍ରତିଶୋଧ ଓ ଅପରେସନ ସିନ୍ଦୂର ଜରିଆରେ ଆତଙ୍କୀଙ୍କ ଉପରେ ଭାରତର ବିଜୟ ଓ ତିନି ସେନାର ବୀରତ୍ବ ସମ୍ପର୍କରେ ଲୋକଙ୍କୁ ଅବଗତ କରାଗଲା । ଭାରତ କିପରି ନିଜ ନାଗରିକଙ୍କୁ ସୁରକ୍ଷିତ ରଖିବା ସହ ବିଶ୍ବରେ ନିଜର ସ୍ବାଭିମାନକୁ ସୁରକ୍ଷିତ ରଖିପାରିଛି ଏହାକୁ ଉପସ୍ଥାପନା କରାଗଲା। ଏହି କାର୍ଯ୍ୟକ୍ରମ ରେ ଏକାମ୍ର ବିଧାୟକ ବାବୁ ସିଂ, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ସମାଜ ସେବୀ ଜଗନ୍ନାଥ ପ୍ରଧାନ, ଭୁବନେଶ୍ୱର ବ୍ଲକ ଚେୟାରମ୍ୟାନ ନିରୁପମା ସାହୁ, ଭୁବନେଶ୍ୱର ଜିଲ୍ଲା ସଭାପତି ନିରଞ୍ଜନ ମିଶ୍ର,ସମାଜ ସେବୀ ରବି ପାତ୍ର, ସ୍ଥାନୀୟ ନେତୃତ୍ଵ କ୍ଷୀରୋଦ ପ୍ରଧାନ, ଚନ୍ଦନ ମଲ୍ଲିକ,ପ୍ରକାଶ ସାହୁ, ଆଲୋକ ସାହୁ, ବିହୂତି ପ୍ରଧାନ, ବିରଞ୍ଚି ମହା, ହିମାଂଶୁ ଛୋଟରାୟ, ରାମଚନ୍ଦ୍ର ରଣସିଂହ,ଚିରଞ୍ଜିବ ଗୋଚ୍ଛାୟତ, କୃଷ୍ଣ ଚନ୍ଦ୍ର ନାୟକ, ଅରୁଣ ପୁରୋହିତ, ସୁରୀୟକାନ୍ତ ସାହୁ, ତାପସ ଦଳାଇ, ସୁରେନ୍ଦ୍ର ପ୍ରଧାନ, ମନୋଜ ପାତ୍ର , କବି ସ୍ୱାଈ ପ୍ରମୁଖ ସାମିଲ ହୋଇଥିଲେ।