ଆଜି ବିଶ୍ୱ ଏଡ୍ସ ଟୀକା ଦିବସ

‘ଦର୍ଶନ ଆଇନାରେ ଇତିହାସର ପୃଷ୍ଠା’ରେ ଜାଣନ୍ତୁ ଏହି ଦିବସର ପ୍ରକୃତ ଉଦ୍ଦେଶ୍ୟ

ଆଜିର ତାରିଖ ୧୮ ମଇ ୨୦୨୫

ବିଶ୍ୱ ଏଡ୍ସ ଟୀକା ଦିବସ:- ବିଶ୍ୱ ଏଡ୍ସ ଟିକା ଦିବସ ଅଥବା ଏଚଆଇଭି ଟିକା ସଚେତନତା ଦିବସ ପ୍ରତିବର୍ଷ ମେ ୧୮ରେ ପାଳନ କରାଯାଏ। ଏଚଆଇଭି ସଂକ୍ରମଣ ଏବଂ ଏଡ୍ସକୁ ରୋକିବା ପାଇଁ ଟିକାର ନିରନ୍ତର ଜରୁରୀ ଆବଶ୍ୟକତାକୁ ପ୍ରୋତ୍ସାହିତ କରିବା ପାଇଁ ଏହି ଦିବସ ପାଳନ କରାଯାଉଛି।

 

ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମ ଦିବସ:-

୧. ବେହରାମଜୀ ମାଲାବାରୀ (୧୮ ମଇ ୧୮୫୩ – ୧୨ ଜୁଲାଇ ୧୯୧୨), ଜଣେ ଭାରତୀୟ କବି, ପ୍ରଚାରକ, ଲେଖକ ଏବଂ ସମାଜ ସଂସ୍କାରକ। ମହିଳାଙ୍କ ଅଧିକାରର ସୁରକ୍ଷା ଏବଂ ବାଲ୍ୟ ବିବାହ ବିରୋଧରେ ତାଙ୍କର କାର୍ଯ୍ୟକଳାପ ପାଇଁ ସେ ଜଣାଶୁଣା ଥିଲେ।

୨. ଭେଙ୍କଟରମଣ ରାଧାକ୍ରିଷ୍ଣନ (୧୮ ମଇ ୧୯୨୯ – ୩ ମାର୍ଚ୍ଚ ୨୦୧୧), ଜଣେ ମହାକାଶ ବୈଜ୍ଞାନିକ ଏବଂ ରୟାଲ ସୁଇଡିଶ ଏକାଡେମୀ ଅଫ୍ ସାଇନ୍ସର ସଦସ୍ୟ। ସେ ୧୯୮୮-୧୯୯୪ ମଧ୍ୟରେ ଅନ୍ତର୍ଜାତୀୟ ଜ୍ୟୋତିର୍ବିଜ୍ଞାନ ସଂଘର ଉପାଧ୍ୟକ୍ଷ ଥିଲେ ଏବଂ ନେଦରଲ୍ୟାଣ୍ଡ୍ ଫାଉଣ୍ଡେସନ୍ ଫର୍ ରେଡିଓ ଆଷ୍ଟ୍ରୋନୋମି, ଅଷ୍ଟ୍ରେଲିଆ ଟେଲିସ୍କୋପ୍ ଷ୍ଟିୟରିଂ କମିଟି, ନ୍ୟାସନାଲ ରେଡିଓ ଆଷ୍ଟ୍ରୋନୋମି ଅବଜର୍ଭେଟୋରୀ, ଆମେରିକାର ସଦସ୍ୟ ଭାବରେ କାର୍ଯ୍ୟ କରିଥିଲେ।

୩. ଦେବଗୌଡ଼ା (୧୮ ମଇ ୧୯୩୩), ଜଣେ ଭାରତୀୟ ରାଜନୀତିଜ୍ଞ ଥିଲେ। ୧ ଜୁନ ୧୯୯୬ରୁ ୨୧ ଏପ୍ରିଲ ୧୯୯୭ ପର୍ଯ୍ୟନ୍ତ ଭାରତର ପ୍ରଧାନମନ୍ତ୍ରୀ ରହିଥିଲେ। ସେ ଭାରତର ଦ୍ୱାଦଶ ପ୍ରଧାନମନ୍ତ୍ରୀ ଥିଲେ ଏବଂ ଏହା ପୂର୍ବରୁ ସେ ୧୯୯୪ରୁ ୧୯୯୬ ପର୍ଯ୍ୟନ୍ତ କର୍ଣ୍ଣାଟକର ୧୪ତମ ମୁଖ୍ୟମନ୍ତ୍ରୀ ଥିଲେ। ଦେବଗୌଡ଼ା ବର୍ତ୍ତମାନ କର୍ଣ୍ଣାଟକର ପ୍ରତିନିଧିତ୍ୱ କରୁଥିବା ରାଜ୍ୟସଭାର ସାଂସଦ ଅଛନ୍ତି।

 

ବିଶିଷ୍ଟ ବ୍ୟକ୍ତିଙ୍କ ତିରୋଧାନ ଦିବସ:-

କେ.ଏଲ୍ ରାଓ (୧୫ ଜୁଲାଇ ୧୯୦୨ – ୧୮ ମଇ ୧୯୮୬), ଜଣେ ଭାରତୀୟ ଇଞ୍ଜିନିୟର ଯିଏ କି କେନ୍ଦ୍ର ଜଳସେଚନ ଓ ଶକ୍ତି ମନ୍ତ୍ରୀ ଏବଂ ୧୯୬୨ରୁ ୧୯୭୭ ପର୍ଯ୍ୟନ୍ତ ବିଜୟୱାଡାର ସାଂସଦ ଭାବରେ କାର୍ଯ୍ୟ କରିଥିଲେ। ଜଳସେଚନ ଓ ଶକ୍ତି କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ତାଙ୍କୁ ୧୯୬୩ ମସିହାରେ ପଦ୍ମଭୂଷଣ ମଧ୍ୟ ମିଳିଥିଲା।

 

ନଜର ପକାନ୍ତୁ ଆଜିର‌ ଦିନରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ଉପରେ:-

୧୮୪୮ – ଜର୍ମାନୀରେ ପ୍ରଥମ ନ୍ୟାସନାଲ ଆସେମ୍ବଲି ଉଦଘାଟିତ ହୋଇଥିଲା।

୧୯୭୪ – ରାଜସ୍ଥାନର ପୋଖରାନଠାରେ ପ୍ରଥମ ଭୂତଳ ପରମାଣୁ ବୋମା ପରୀକ୍ଷଣ କରି ଭାରତ ଏକ ଆଣବିକ ଶକ୍ତିସମ୍ପନ୍ନ ରାଷ୍ଟ୍ରରେ ପରିଣତ ହୋଇଥିଲା। ଏହି ପରୀକ୍ଷଣର ନାମ ‘ସ୍ମାଇଲିଂ ବୁଦ୍ଧ’ ରଖାଯାଇଥିଲା।

୧୯୯୧ – ଆଜିର ଦିନରେ ବ୍ରିଟେନର ପ୍ରଥମ ମହାକାଶଚାରୀ ହେଲେନ ଶର୍ମାନ୍ ମହାକାଶକୁ ଯାଇଥିଲେ। ୨୭ ବର୍ଷୀୟ ହେଲେନ୍ ସୋଭିଏତ ସୋୟୁଜ୍ କାଜାକିସ୍ତାନରୁ କାପ୍ସୁଲରେ ବସି ଯାତ୍ରା କରିଥିଲେ।

୧୯୫୦ – ଉତ୍ତର ଆଟଲାଣ୍ଟିକ ଚୁକ୍ତି ସ୍ୱାକ୍ଷର ହେବାର ବର୍ଷକ ପରେ ବିଶ୍ୱର ୧୨ଟି ଦେଶ ଏହି ଦିନ ଆମେରିକା ଓ ୟୁରୋପର ସୁରକ୍ଷା ପାଇଁ ଏକ ସ୍ଥାୟୀ ସଂଗଠନ ଉପରେ ସହମତି ପ୍ରକାଶ କରିଥିଲେ।

୨୦୦୯ – ଶ୍ରୀଲଙ୍କା ସରକାର ତାମିଲ ବିଦ୍ରୋହୀଙ୍କ ସହ ୨୫ ବର୍ଷ ପାଇଁ ଯୁଦ୍ଧ ଶେଷ କରିବାକୁ ଘୋଷଣା କରିଥିଲେ।