ବିଶାଲ ମେଗା ମାର୍ଟକୁ ଲକ୍ଷେ ଟଙ୍କା ଜୋରିମାନା

ଏକ୍ସପାଏରୀ ସାମଗ୍ରୀ ବିକ୍ରି ଅଭିଯୋଗ

ରାୟଗଡ଼ା, ୧୯/୦୫: ରାୟଗଡା ସହର ତୁମ୍ବିଗୁଡା ଛକ ସ୍ଥିତ ଵିଶାଲ ମେଗା ମାର୍ଟକୁ ଏକ ଲକ୍ଷ ଟଙ୍କା ଜରିମାନା, ବ୍ୟବହାର ଅବଧି ସମାପ୍ତ ହୋଇଥିବା ବିକ୍ରି ଅଭିଯୋଗରେ ଜରିମାନା ପକାଇଛନ୍ତି ଖାଦ୍ୟ ନିରୀକ୍ଷକ।

ସୂଚନା ଅନୁସାରେ ଚଳିତ ମାସ ୧୨ ତାରିଖ ଦିନ ବ୍ୟବହାର ଅବଧି ଶେଷ ହୋଇଥିବା ଗୋଟିଏ ଆଳୁ ଭୂଜିଆ ପ୍ୟାକେଟ ଚଳିତ ମାସ ୧୪ ତାରିଖ ଦିନ ଜଣେ ଗ୍ରାହକଙ୍କୁ ବିକ୍ରି କରିଥିଲେ। ଯାହାକୁ ନେଇ ଅଭିଯୋଗ ହେବା ପରେ ଖାଦ୍ୟ ନିରୀକ୍ଷକ ଏକ ଲକ୍ଷ ଟଙ୍କା ଜରିମାନା ପକାଇଛନ୍ତି।