ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲା, ହାଇକୋର୍ଟରେ ରିପୋର୍ଟ ଦାଖଲ କଲା କ୍ରାଇମବ୍ରାଞ୍ଚ

କଟକ: ଭୁବନେଶ୍ୱର ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲା । ଜନସ୍ୱାର୍ଥ ମାମଲା ଉପରେ ପୂର୍ଣ୍ଣଛେଦ ଟାଣିଛନ୍ତି ହାଇକୋର୍ଟ। ଘଟଣାର କ୍ରାଇମବ୍ରାଞ୍ଚ୍ ତଦନ୍ତ ଶେଷ ହୋଇଛି ଏବଂ ଗିରଫ ୪ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିସାରିଛି କ୍ରାଇମବ୍ରାଞ୍ଚ୍ । ଆଇପିସିର ୩୭୬ ଡିଏ, ୩୭୬(୨) ଏନ,  ୫୦୬, ୩୪ ସହ ପକସୋ ଆକ୍ଟର ଧାରା ୬ ଅନୁଯାୟୀ ଚାର୍ଜସିଟ ପକସୋ କୋର୍ଟରେ ଦାଖଲ ହୋଇଛି।

ସେହିପରି ଏସମ୍ପର୍କିତ ରିପୋର୍ଟକୁ ଆଜି ସିଲ କଭର ଜରିଆରେ ହାଇକୋର୍ଟରେ କ୍ରାଇମବ୍ରାଞ୍ଚ ଦାଖଲ କରିଛି । କ୍ରାଇମବ୍ରାଞ୍ଚ ତଦନ୍ତ ଅନୁଯାୟୀ ମାମଲାରେ ଅନ୍ୟ କେହି ଅଭିଯୁକ୍ତ ସଂପୃକ୍ତ ନାହାନ୍ତି। ତେଣୁ ଦାୟର ହୋଇଥିବା ଜନସ୍ୱାର୍ଥ ମାମଲା ଉପରେ ପୂର୍ଣ୍ଣଛେଦ ଟାଣିଛନ୍ତି ହାଇକୋର୍ଟ । ତେବେ ପିଡିତା କିମ୍ବା ତାଙ୍କ ପରିବାର ଚାହିଁଲେ ଆଇନ ଅନୁଯାୟୀ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିପାରିବେ ବୋଲି ହାଇକୋର୍ଟ କହିଛନ୍ତି ।