କାୟା ବିସ୍ତାର କରୁଛି କରୋନା

ଭୁବନେଶ୍ୱରରେ ଚିହ୍ନଟ କରୋନା ଆକ୍ରାନ୍ତ

ଭୁବନେଶ୍ୱର, ୨୨/୦୫: ଦକ୍ଷିଣ ଏସିଆରେ କରୋନା ସଂକ୍ରମଣ ମୁଣ୍ଡ ଟେକିଥିବା ବେଳେ ଭାରତରେ ମଧ୍ୟ ତା’ର କାୟା ବିସ୍ତାର କରିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଭାରତରେ ୨୫୭ ଜଣ ସକ୍ରିୟ କୋଭିଡ-୧୯ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଓଡ଼ିଶାରେ ପ୍ରଥମ କରି ଜଣେ କୋଭିଡ-୧୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ପ୍ରାୟ ୩ ବର୍ଷ ପରେ ଓଡିଶାରେ କରୋନା ସଂକ୍ରମଣ ଦେଖାଦେଇଛି। ଭୁବନେଶ୍ଵରରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନିକଟରେ ସେ ଦିଲ୍ଲୀରେ ଫେରିଥିଲେ। ବର୍ତ୍ତମାନ ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ସେ ବୟସ୍କ ହୋଇଥିବା ବେଳେ ବିଭିନ୍ନ ରୋଗରେ ପୀଡ଼ିତ ଅଛନ୍ତି।