ଏଇ ମହାନ ବ୍ୟକ୍ତିଙ୍କ ଦ୍ୱାରା ନାରୀଙ୍କୁ ସବୁ ଦିନ ପାଇଁ ମିଳିଥିଲା ନ୍ୟାୟ ଓ ସମ୍ମାନ
ଜାଣନ୍ତୁ ତାଙ୍କ ବିଷୟରେ ‘ଦର୍ଶନ ଆଇନାରେ ଇତିହାସର ପୃଷ୍ଠା’ରେ
ଆଜିର ତାରିଖ ୨୨ ମଇ ୨୦୨୫
ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମ ଦିବସ:-
୧. ରାଜା ରାମ ମୋହନ ରାୟ (୨୨ ମଇ ୧୭୭୨ – ୨୭ ସେପ୍ଟେମ୍ବର ୧୮୩୩), ବ୍ରାହ୍ମ ସଭାର ଅନ୍ୟତମ ପ୍ରତିଷ୍ଠାତା। ତାଙ୍କୁ ଆଧୁନିକ ଭାରତର ଜନକ ବୋଲି କୁହାଯାଏ। ସେ ବ୍ରାହ୍ମସମାଜର ପ୍ରତିଷ୍ଠାତା, ଭାରତୀୟ ଭାଷାଭିତ୍ତିକ ଗଣମାଧ୍ୟମର ପ୍ରବର୍ତ୍ତକ, ସମାଜ ସଂସ୍କାର ଆନ୍ଦୋଳନର ପ୍ରମୁଖ ଭାଗିଦାରୀ ଥିଲେ। ରାଜା ରାମ ମୋହନ ରାୟ ସତୀ ପ୍ରଥାକୁ ଉଚ୍ଛେଦ କରିଥିଲେ। ତାଙ୍କ ପ୍ରୟାସରେ ୧୮୨୯ ମସିହାରେ ସତୀ ପ୍ରଥା ବନ୍ଦ ହୋଇଥିଲା।
୨. ମେହବୁବା ମୁଫତି।ଜମ୍ମୁ-କଶ୍ମୀରର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ। ମେହବୁବା ମୁଫତି ୨୦୧୬ରୁ ୨୦୧୮ ପର୍ଯ୍ୟନ୍ତ ଜମ୍ମୁ-କଶ୍ମୀରର ମୁଖ୍ୟମନ୍ତ୍ରୀ ଥିଲେ।
୩. ଅଜୟ ଆହୁଜା (୨୨ ମଇ ୧୯୬୩) ୧୯୯୯ ରେ କାଶ୍ମୀରରେ କାର୍ଗିଲ ଯୁଦ୍ଧରେ ସହିଦ ହୋଇଥିବା ଭାରତୀୟ ବାୟୁସେନାର ଲଢୁଆ ପାଇଲଟ। ୧୫ ଅଗଷ୍ଟ ୧୯୯୯ରେ ସ୍କ୍ୱାର୍ଡନ ଲିଡର ଅଜୟ ଆହୁଜାଙ୍କୁ ମରଣୋତ୍ତର ଭାବେ ବୀର ଚକ୍ର ପ୍ରଦାନ କରାଯାଇଥିଲା।
ବିଶିଷ୍ଟ ବ୍ୟକ୍ତିଙ୍କ ତିରୋଧାନ ଦିବସ:-
ଭାରତରେ ସୁରି ସାମ୍ରାଜ୍ୟର ପ୍ରତିଷ୍ଠାତା ଶେର ଶାହ ସୁରି (୧୪୮୬ – ୨୨ ମଇ ୧୫୪୫) ସେ ଯିଏ ସୁର ବଂଶର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ନିଜର ବୀରତ୍ୱ ବଳରେ ଶେର ଶାହ ସୁରି ଦିଲ୍ଲୀକୁ ନିଜର ରାଜଧାନୀ କରିଥିଲେ। ୧୫୪୦ ମସିହାରେ ଶେର ଶାହ ମୋଗଲ ଶାସକ ହୁମାୟୁନଙ୍କୁ ଚାଉସା ଯୁଦ୍ଧରେ ପରାସ୍ତ କରି ଯୁଦ୍ଧ କ୍ଷେତ୍ର ଛାଡିବାକୁ ବାଧ୍ୟ କରିଥିଲେ। ସୁରି ୧୫୪୦-୧୫୫୬ ପର୍ଯ୍ୟନ୍ତ ଉତ୍ତର ଭାରତକୁ ଶାସନ କରିଥିଲେ।
ନଜର ପକାନ୍ତୁ ଆଜିର ଦିନରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ଉପରେ:-
୧୯୬୦ – ଏହି ଦିନ ଦକ୍ଷିଣ ଚିଲିରେ ୯.୫ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହା ଏଯାବତ୍ ରେକର୍ଡ କରାଯାଇଥିବା ସର୍ବୋଚ୍ଚ ତୀବ୍ରତାର ଭୂମିକମ୍ପ ଥିଲା।
୧୯୬୧: ଏହି ଦିନ ନ୍ୟୁ ସାଉଥ ୱେଲ୍ସରେ ଭୟଙ୍କର ଭୂମିକମ୍ପ ହୋଇଥିଲା।
୧୯୯୬ – ମାଇକେଲ କାମାଦେସ ତୃତୀୟ ଥର ପାଇଁ ୫ ବର୍ଷ ପାଇଁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠିର ପରିଚାଳନା ନିର୍ଦ୍ଦେଶକ ଭାବେ ନିର୍ବାଚିତ ହୋଇଥିଲେ।
୨୦୦୧ – ଦଲାଇ ଲାମା ତିବ୍ଦତର ସ୍ୱାଧୀନତା ଦାବିକୁ ପ୍ରତ୍ୟାଖ୍ୟାନ କରିଥିଲେ।
୨୦୦୮ – ଜାତିସଂଘର ୪୭ ଜଣିଆ ମାନବାଧିକାର କମିଟିରେ ପାକିସ୍ତାନକୁ ସାମିଲ କରାଯାଇଥିଲା।