ଓଏସ୍ଏସସିର ନୂତନ ଅଧ୍ୟକ୍ଷ ହେଲେ ଅବସରପ୍ରାପ୍ତ ଆଇଏଏସ ଅଫିସର ସୁଧାକର ବୁର୍ଗି

ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ନିଜ ଦାୟିତ୍ୱ ସହିତ ଅଧ୍ୟକ୍ଷ ପଦରେ ରହିବେ

ଭୁବନେଶ୍ୱର, ୨୨/୦୫: ଅବସରପ୍ରାପ୍ତ ଆଇଏଏସ୍ ଅଫିସର ତଥା ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ ସଦସ୍ୟ ସୁଧାକର ବୁର୍ଗିଙ୍କୁ ଓଏସ୍ଏସସିର ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। ଅଧ୍ୟକ୍ଷ ପଦରୁ ଅଭୟଙ୍କ ଇସ୍ତଫା ଗ୍ରହଣ ପରେ ଏହି ନିଯୁକ୍ତି ଦିଆଯାଇଛି। ପୂର୍ବତନ ଓଏସଏସସି ଅଧ୍ୟକ୍ଷ ଅଭୟ ଗତ ମେ ୧୯ ତାରିଖରେ ପଦରୁ ଇସ୍ତଫା ଦେଇଥିଲେ।

ଏହାବ୍ୟତୀତ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନର ସଦସ୍ୟ ଶ୍ରୀ ସୁଧାକର ଆଇଏଏସ (ଅବସରପ୍ରାପ୍ତ) ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ନିଜ ଦାୟିତ୍ୱ ସହିତ ଓଏସ୍ଏସସିର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇଛି ବୋଲି ବିଜ୍ଞପ୍ତିରେ କୁହାଯାଇଛି।