ଭୁବନେଶ୍ୱର, ୨୩/୦୫: ନୂଆପଡ଼ା ରୋଡ଼ ଆଣ୍ଡ ବିଲଡିଂ ଡିଭିଜନରେ ଖରିଆରର କନିଷ୍ଠ ଯନ୍ତ୍ରୀଙ୍କ ସମ୍ପତ୍ତି ଉପରେ ଚଢ଼ାଉ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କନିଷ୍ଠ ଯନ୍ତ୍ରୀ ସୁଶାନ୍ତ କୁମାର ସେଠୀଙ୍କ ସହ ଜଡ଼ିତ ଭୁବନେଶ୍ୱର, ପୁରୀ ଓ ନୂଆପଡ଼ାର ୮ଟି ସ୍ଥାନରେ ଭିଜିଲାନ୍ସ ଏକକାଳୀନ ଚଢ଼ଉ କରିଛି। ଏହି ଚଢ଼ାଉରେ ୭ ଜଣ ଡିଏସପି, ୩ ଜଣ ଇନ୍ସପେକ୍ଟର ଓ ୧୦ ଜଣ ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର (ଏଏସ୍ଆଇ)ଙ୍କ ନେତୃତ୍ବରେ ଏହି ଚଢ଼ଉ କରାଯାଇଛି।
ଚଢାଉ କରାଯାଇଥିବା ସ୍ଥାନଗୁଡ଼ିକ ହେଉଛି:
୧. ଭୁବନେଶ୍ୱରର ଲିଙ୍ଗିପୁର ସ୍ଥିତ ଗଙ୍ଗୋତ୍ରୀ ନଗରରେ ଥିବା ତିନି ମହଲା କୋଠା
୨. ଲିଙ୍ଗିପୁରର ଗଙ୍ଗୋତ୍ରୀ ନଗରରେ ଥିବା ନିର୍ମାଣାଧୀନ ଘର
୩. ବ୍ରହ୍ମେଶ୍ୱରପାଟଣା, ବ୍ରିଟ୍ କଲୋନିରେ ଜଣେ ସମ୍ପର୍କୀୟଙ୍କ ଘର
୪. କେଦାର ଲେନରେ ଜଣେ ସହଯୋଗୀଙ୍କ ଘର
୫. ଓଲ୍ଡ ଟାଉନର ଗ୍ୟାରେଜ ଛକରେ ଥିବା ଅନ୍ୟ ଜଣେ ସହଯୋଗୀଙ୍କ ଘର
୬. ପୁରୀର ପିପିଲିରେ ଥିବା ତାଙ୍କ ଫାର୍ମ ହାଉସ୍
୭. ନୂଆପଡ଼ା ଆରଆଣ୍ଡବି ସବ୍ ଡିଭିଜନରେ ତାଙ୍କ କାର୍ଯ୍ୟାଳୟ
୮. ନୂଆପଡ଼ାରେ ତାଙ୍କ ସରକାରୀ କ୍ୱାର୍ଟର