କାହିଁକି ବିଜେଡ଼ି ଛାଡ଼ିଲେ ଯୁବ ନେତା

ଦୁର୍ବଳ ହେଉଛି କି ବିଜେଡ଼ି?

କରିବେ କି ଦଳ ପରିବର୍ତ୍ତନ?

ଭୁବନେଶ୍ୱର, ୨୮/୦୫: ଆଜି ବିଜେଡିକୁ ବିଦାୟ ଦେଇଛନ୍ତି ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲ। ୨୦୦୩ରେ ଭଦ୍ରକ ପୌରପାଳିକାର ଅଧ୍ୟକ୍ଷ ଥିଲେ ପ୍ରୟାସ କାନ୍ତି। ପୂର୍ବରୁ ବିଜେଡ଼ିର ରାଜ୍ୟ ସମ୍ପାଦକ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ ପ୍ରୟାସକାନ୍ତି। ସେ ୨୦୦୨ରୁ ବିଜେଡ଼ି ସହ ଜଡ଼ିତ ଥିଲେ।

ବ୍ୟକ୍ତିଗତ କାରଣରୁ ଦଳରୁ ଇସ୍ତଫା ଦେଇଥିବା କହିଛନ୍ତି ପ୍ରୟାସ କାନ୍ତି। ସେ କହିଛନ୍ତି ବର୍ତ୍ତମାନ ପାଇଁ କୌଣସି ପାର୍ଟିରୁ ଯିବା ପାଇଁ ମୁଁ ନିଷ୍ପତ୍ତି ନେଇନାହିଁ।

ଅନ୍ୟପଟେ ପ୍ରୟାସକାନ୍ତିଙ୍କ ବାପା ପ୍ରଫୁଲ୍ଲ ସାମଲ ବିଜେଡ଼ିରେ ଥିବା ବେଳେ ତାଙ୍କ ସାନ ଭାଇ ମଧ୍ୟ ବିଜେଡ଼ିରେ ଅଛନ୍ତି। ତାଙ୍କ ସାନ‌ ଭାଇ ଭଣ୍ଡାରୀପୋଖରୀ ବ୍ଲକରେ ପୌରାଧ୍ୟକ୍ଷ ଅଛନ୍ତି। ତେଣୁ ଗୋଟିଏ ପରିବାରରୁ ଆସି ଦୁଇ ଜଣ ସକ୍ରିୟ ରାଜନୀତିରେ ଥିବା ବେଳେ ଏପରି ସ୍ଥିତିରେ ପ୍ରୟାସକାନ୍ତି ବିଜେଡ଼ି କାହିଁକି ଛାଡିଛନ୍ତି ତାକୁ ନେଇ ଚାଲିଛି କଳ୍ପନାଜଳ୍ପନା। ଆଗକୁ ପଞ୍ଚାୟତ ନିର୍ବାଚନ ଥିବା ବେଳେ ଆଗାମୀ ରାଜନୈତିକ ହାଲଚାଲକୁ ଦୃଷ୍ଟିରେ ରଖି ପ୍ରୟାସ କାନ୍ତି ବିଜେଡ଼ି ଛାଡ଼ିବା ପଛରେ ଦଳ ପରିବର୍ତ୍ତନ ଏକ କାରଣ ବୋଲି ଅନୁମାନ କରାଯାଉଛି।

ଦଳ ଭିତରେ ଅସନ୍ତୋଷ ପ୍ରକାଶ ବୋଲି ମଧ୍ୟ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ଏହା ପୂର୍ବରୁ ନିର୍ବାଚନରେ ବିଜେଡିର ପରାଜୟ କାରଣରୁ ମଧ୍ୟ ଦଳ ଭିତରେ ଅସନ୍ତୋଷ ଦେଖାଦେଇଥିଲା। ବିଶେଷ କରି ବିଜେଡ଼ିର ପୂର୍ବତନ ନେତା କାର୍ତ୍ତିକ ପାଣ୍ଡିଆନଙ୍କୁ ନେଇ ଦଳରେ ଅସନ୍ତୋଷର ସ୍ବର ଉଠିଥିଲା।

ପ୍ରୟାସକାନ୍ତିଙ୍କ ବିଜେଡ଼ି ତ୍ଯାଗ ନିହାତି ଜିଲ୍ଲା ସ୍ତରୀୟ ସଙ୍ଗଠନକୁ ଆହୁରି ଦୁର୍ବଳ କରିପାରେ ବୋଲି ରାଜନୈତିକ ବିଶ୍ଳେଷକମାନେ କହିଛନ୍ତି।