ଭୁବନେଶ୍ୱର, ୨୯/୦୫: ଲାଞ୍ଚ ନେବା ବେଳେ ଧରା ପଡିଲେ ଭୁବନେଶ୍ୱର ସ୍ଥିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀ। ୨୦ ଲକ୍ଷ ଟଙ୍କା ଲାଞ୍ଚ ନେଲା ବେଳେ ପୂର୍ବରୁ ଫାସ ପକାଇଥିବା ସିବିଆଇ। ୮ ଦିନ ଧରି ଟ୍ରାପରେ ପକାଇଥିବା ସିବିଆଇ ଶେଷରେ ଆଜି ଧରିଛନ୍ତି।
ଖଣି ମାମଲା ରଫାଦଫା କରିବାକୁ ଲାଞ୍ଚ ନେଉଥିବା ସୂଚନା ମିଳିଛି। ୫୦ ଲକ୍ଷ ଟଙ୍କାର ଡିଲ୍ ହୋଇଥିଲା। ହେଲେ ତାଙ୍କ କ୍ୱାର୍ଟରରେ ଆଜି ୨୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲେ। ଭୁବନେଶ୍ୱରରେ ରହୁଥିବା ଖଣି ମାଲିକ ରତିକାନ୍ତ ରାଉତଙ୍କ ଖଣିରେ ଇଡି ପକ୍ଷରୁ ଅର୍ଥନୈତିକ ହେରଫେର ନେଇ ଚଢ଼ାଉ ହୋଇଥିଲା। କିନ୍ତୁ ଇଡିର ଡେପୁଟି ଡାଇରେକ୍ଟର ଏହି ମାମଲାକୁ ରଫାଦଫା କରିବା ପାଇଁ କହି ୫୦ ଲକ୍ଷ ଟଙ୍କାର ଲାଞ୍ଚ ମାଗିଥିଲେ। ଘଟଣାସ୍ଥଳରେ ହିଁ ସିବିଆଇ ତାଙ୍କୁ ମାଡ଼ି ବସିଥିଲା। ଭୁବନେଶ୍ବର ସିବିଆଇ କାର୍ଯ୍ୟାଳୟରେ ଚାଲିଛି ପଚରାଉଚରା।