ସୁନ୍ଦରଗଡ଼, ୩୦/୦୫: ସୁନ୍ଦରଗଡ଼ ଜିଲ୍ଲାରେ ମାଓବାଦୀମାନେ ଲୁଟି ନେଇଥିବା ୪ ଟନ୍ ବିସ୍ଫୋରକ ସାମଗ୍ରୀରୁ ୩ ଟନରୁ ଅଧିକ ସାମଗ୍ରୀ ମିଳିଛି। ଏ ନେଇ ପଶ୍ଚିମ ରେଞ୍ଜ ଡିଆଇଜି ବ୍ରିଜେଶ ରାୟ ସୂଚନା ଦେଇଛନ୍ତି।
ଓଡ଼ିଶା ଓ ଝାଡ଼ଖଣ୍ଡ ପୋଲିସ ସହ ସିଆରପିଏଫ ଯବାନଙ୍କ ମିଳିତ ସର୍ଚ୍ଚ ଅପରେସନରେ ଏହି ସଫଳତା ମିଳିଛି। ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ପରେ ଲୁଟ୍ ହୋଇଥିବା ୪ ଟନ୍ ବିସ୍ଫୋରକ ମଧ୍ୟରୁ ୩ ଟନରୁ ଅଧିକ ଜବତ ହୋଇଛି। ସେହିପରି ଝାଡ଼ଖଣ୍ଡ ଓ ଓଡ଼ିଶା ସୀମାରେ ଥିବା ଜଙ୍ଗଲରେ ମାଓବାଦୀଙ୍କ ବିରୋଧରେ ସିଆରପିଏଫ ଓ ଡିଭିଏଫ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ଏପରିକି ଆଇଡି ବିସ୍ଫୋରଣରେ ଜଣେ ଯବାନ ଗୁରୁତର ହୋଇଥିବା ସୂଚନା ମିଳିଛି। ଅଧିକ ଚିକିତ୍ସା ପାଇଁ ତାଙ୍କୁ ରାଞ୍ଚି ଏୟାର ଲିଫ୍ଟ କରାଯାଇଛି।