ଭୁବନେଶ୍ୱର, ୩୧/୦୫: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଆରଆଣ୍ଡବି ଡିଭିଜନ-୧ର ସହକାରୀ ନିର୍ବାହୀ ଯନ୍ତ୍ରୀ (ଏଇଇ) ଏନ୍ ଦିଲ୍ଲୀପ କୁମାର ଚୌଧୁରୀଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ।
୩ ଜଣ ଡିଏସପି ଓ ୭ ଜଣ ଇନ୍ସପେକ୍ଟରଙ୍କ ନେତୃତ୍ୱରେ ଭିଜିଲାନ୍ସର ଏକ ଟିମ୍ ଦିଲ୍ଲୀପଙ୍କ ସହ ଜଡ଼ିତ ୪ଟି ସ୍ଥାନରେ ଏକକାଳୀନ ଚଢ଼ଉ କରିଛନ୍ତି।
ବ୍ରହ୍ମପୁର ଧର୍ମ ନଗରରେ ୨ ବିଏଚକେ ଫ୍ଲାଟ୍, ବ୍ରହ୍ମପୁର ମୟୂର ବିହାରରେ ଏକ ଦୁଇ ମହଲା କୋଠା, ବ୍ରହ୍ମପୁର ଆରଆଣ୍ଡବି ଡିଭିଜନ-୧ରେ ତାଙ୍କ କାର୍ଯ୍ୟାଳୟ, ଭୁବନେଶ୍ଵର ସହିଦ ନଗରରେ ଥିବା ୩ ବିଏଚ୍ କେ ଫ୍ଲାଟରେ ଚଢ଼ାଉ କରାଯାଇଛି।