ପୁରୀ ଗସ୍ତରେ ୫-ଟି ସଚିବ

ପୁରୀ: ପୁରୀରେ ଫାଇଭ୍ ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ। ବୁଧବାର ସକାଳେ ପରିବାର ସହ ପୁରୀ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ଫାଇଭ୍ ଟି ସଚିବ । ଆଜି ଭାଦ୍ରବ ଶୁକ୍ଳ ଦ୍ଵାଦଶୀ ତିଥିରେ ଶ୍ରୀମନ୍ଦିରରେ ବାମନ ଜନ୍ମ ଥିବାରୁ ମହାପ୍ରଭୁଙ୍କ ଦର୍ଶନ ସାରି ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିଛନ୍ତି ଫାଇଭ ଟି ସଚିବ। ତାଙ୍କ ସହିତ ତାଙ୍କ ପତ୍ନୀ ତଥା ମିଶନ ଶକ୍ତିର ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ ମଧ୍ୟ ଥିଲେ।