୫ ଦିନ ପରେ ଅମ୍ରିତା ମୃତ୍ୟୁ ଘଟଣାରୁ ହଟିପାରୁନି ସସପେନ୍ସ

ଯାଜପୁର ୦୮/୦୯: ଛାତ୍ରୀ ଅମରିତାଙ୍କ ମୃତ ଘଟଣାକୁ ୫ ଦିନ ବିତିଯାଇଥିଲେ ମଧ୍ୟ ଏଯାଏଁ ମୃତ ଛାତ୍ରୀଙ୍କ ଉପରୁ ହଟିନି ରହସ୍ୟ । କିଭଳି ହେଲା ଛାତ୍ରୀ ଅମରିତାଙ୍କ ମୃତ୍ୟୁ ।ଏହା ହତ୍ୟା ନା ଆଉ କିଛି । ସେପଟରେ ମୃତ ଛାତ୍ରୀଙ୍କ ମା ହତ୍ୟା ଅଭିଯୋଗ ଆଣିଥିବା ବେଳେ ସାମାନାକୁ ଆସିଛି ଆଉ ଏକ ରହସ୍ୟ । ଆଉ ଯାହାକୁ ଆଣିଛନ୍ତି ମୃତ ଛାତ୍ରୀଙ୍କ ମା ।

ମୃତ ଛାତ୍ରୀଙ୍କ ମୃତ ଦେହ ନିଟକରୁ ସେଦିନ ନେଇ କି ଯାଇଥିବା ବ୍ୟାଗ, ସାଇକେଲ ଜବତ କରିଥିଲା ପୋଲିସ । ହେଲେ ଝିଅ ପକେଇ କି ଯାଇଥିବା ଓଢଣୀ ଗଲା କୁଆଡେ ବୋଲି ପ୍ରଶ୍ନ କରଛନ୍ତି ମୃତ ଛାତ୍ରୀଙ୍କ ମା ସୁପ୍ରିୟା ଦାସ । ଓଢଣୀ ମିଳିଲେ ଝିଅ ମୃତ ଉପରୁ ରହସ୍ୟ ହଟିବ ବୋଲି ଦାବି କରିଛନ୍ତି ସୁପ୍ରିୟା । ପୋଖରୀ ଶୁଖାଇ ଓଢଣୀକୁ ଖୋଜା ଯାଉ ବୋଲି ଦାବି କରିଛନ୍ତି ମା ।

ମାଆ ଅଭିଯୋଗ ଅନୁଯାୟୀ ଆଜି ପୋଖରୀରେ ଓଢଣୀକୁ ଖୋଜା ଯିବାର ଜଣା ପଡ଼ିଛି । ଅନ୍ୟପଟେ ଆଜି ମୃତ ଛାତ୍ରୀଙ୍କ ମା ଓ ମାମୁଁଙ୍କୁ ପଚରା ଉଚରା ଆରମ୍ଭ କରିଛି ପୋଲିସ । ତେବେ ପ୍ରକୃତ ରେ କଣ ଓଢଣୀ ପଛରେ ମୃତ ଛାତ୍ରୀଙ୍କ ରହସ୍ୟ ରହିଛି ? ସେପଟରେ ଜଣେ ଛାତ୍ରଙ୍କୁ ପୋଲିସ ପଚରାଉଚରା କରି ଛାଡି ଦେଇଥିବା ଜଣାପଡ଼ିଛି । ତେବେ ସେ ଛାତ୍ର ଜଣକ କିଏ ? ମୃତ ଛାତ୍ରୀଙ୍କ ସହ ସେ ଛାତ୍ର ଜଣକ ମଧ୍ୟରେ କଣ ରହିଛି ରହସ୍ୟ?