ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନୀଳକଣ୍ଠ ମିଶ୍ରଙ୍କ ବିଂଶତମ ଶ୍ରାଦ୍ଧ ବାର୍ଷିକୀ

ସମ୍ବର୍ଦ୍ଧିତ ହେଲେ ବିଶିଷ୍ଟ ଶିକ୍ଷାବିତ ପ୍ରଫେସର ନିହାର ରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର, ୧୩/୦୬: ଭୁବନେଶ୍ୱର ସ୍ଥିତ ବୁଦ୍ଧ ମନ୍ଦିରରେ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ନୀଳକଣ୍ଠ ମିଶ୍ରଙ୍କ ବିଂଶତମ ଶ୍ରାଦ୍ଧ ବାର୍ଷିକୀ ପାଳନ ଅବସରରେ ଭାରତୀୟ ଜନତା ପାର୍ଟିର ଓଡ଼ିଶା ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର, ଖୋର୍ଦ୍ଧାର ପୂର୍ବତନ ବିଧାୟକ ଦୀଲିପ ହରିଚନ୍ଦନ, ପ୍ରଗତିବାଦୀ ସମ୍ପାଦକ ବିରୁପାକ୍ଷ ତ୍ରିପାଠୀ ତଥା ଶିବ ନାରାୟଣ ମିଶ୍ରଙ୍କ ଉପସ୍ଥିତିରେ ଖ୍ୟାତନାମା ଐତିହାସିକ ଓ ଶିକ୍ଷାବିତ ପ୍ରଫେସର ନିହାର ରଞ୍ଜନ ପଟ୍ଟନାୟକଙ୍କୁ ତାଙ୍କର ସାମଗ୍ରିକ କୃତି ପାଇଁ ନୀଳକଣ୍ଠ ଶିକ୍ଷା ସମ୍ମାନ -୨୦୨୫ ରେ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଉଛି।