MKCG ମେଡିକାଲ ଛାତରୁ ସିଲିଂ ଖସିବା ଘଟଣା, ବରିଷ୍ଠ ଅଧିକାରୀଙ୍କ ତଦନ୍ତ ଆରମ୍ଭ

ଏମକେସିଜି ମେଡିକାଲ ସୁପର୍ ସ୍ପେସାଲିଷ୍ଟ କୋଠାରୁ ସିଲିଂ ଖସିବା ଘଟଣା ।  ବ୍ରହ୍ମପୁର ମହାନଗର ନିଗମ କମିଶନରଙ୍କ ସହ ମେଡିକାଲ କର୍ତ୍ତୃପକ୍ଷ ଘଟଣାର ତଦାରଖ କରିଛନ୍ତି ।

ଖବର ଅନୁଯାୟୀ,  ସୁପର୍ ସ୍ପେସାଲିଷ୍ଟ କୋଠାର ୫ମ ମହଲାରେ ଅଗ୍ନିକାଣ୍ଡ ଘଟଣା ପରେ ସିଲିଂ ଖସିଥିଲା। ପରେ ଶୁକ୍ରବାର ପୁଣି ଥରେ ଏହି କୋଠାର ତୃତୀୟ ମହଲାର ଏଣ୍ଡୋକ୍ରିନୋଲୋଜି ବିଭାଗ ୱାର୍ଡରୁ ମଧ୍ୟ ଖସିଥିଲା ସିଲିଂ ।

ବାରମ୍ବାର ଏଭଳି ଅଘଟଣ ପରେ ରୋଗୀମାନେ ଭୟଭୀତ ହୋଇ ପଡିଥିବା ବେଳେ କୋଠାର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଶନିବାର ପ୍ରଶାସନିକ ଅଧିକାରୀ ଏବଂ ମେଡିକାଲ କର୍ତ୍ତୃପକ୍ଷଙ୍କ ସମେତ ଅନ୍ୟ ବିଭାଗର ଅଧିକାରୀ ସୁପର୍ ସ୍ପେସାଲିଷ୍ଟ କୋଠାରେ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି ।