ଉପର ମୁଣ୍ଡରେ ବର୍ଷା ହେତୁ ବଢୁଛି ଜଳ ଧାରଣ କ୍ଷମତା

ସର୍ତକ ସୂଚନା ଜାରି କଲା ବାଘଲଟି କର୍ତ୍ତୃପକ୍ଷ । ଉପର ମୁଣ୍ଡରେ ଲଘୁଚାପଜନିତ ବର୍ଷା ଯୋଗୁଁ ବାଘଲଟି ଜଳ ଭଣ୍ଡାରର ଜଳ ଧାରଣ କ୍ଷମତା ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ଦୃଷ୍ଟିରେ ରଖି ବାଘଲଟି ଜଳ ସେଚନ ଉପ ବିଭାଜନ ନୂଆପଡା ପକ୍ଷରୁ ବାହୁଦା ନଦୀ କୂଳିଆ ଅଞ୍ଚଳ ବାସୀଙ୍କୁ ଗାଁ ଗାଁ ବୁଲି ଡାକ ବାଜି ଦ୍ୱାରା ସତର୍କ କରାଯାଇଛି ।

ନଦୀ ଗର୍ଭକୁ ନ ଯିବା ଗୃହ ପାଳିତ ପଶୁକୁ ନ ଛାଡିବା ସୁରକ୍ଷିତ ସ୍ଥାନରେ ରହିବା ସର୍ତକ ସୂଚନା ଜାରି କରାଯାଇଛି । ଡ୍ୟାମର ଜଳ ଧାରଣ କ୍ଷମତା ୧୦୬ ମିଟର ରହିଥିବା ବେଳେ ବର୍ତ୍ତମାନ ୮୫ ପ୍ରତିଶତ ଅର୍ଥାତ ୧୦୪.୪ ମିଟର ରହିଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଲଘୁଚାପ ଜନିତ ଲଗାଣ ବର୍ଷା ଆଗକୁ ଆହୁରି ଦୁଇ ତିନି ଦିନ ହେବା ଆଶଙ୍କା କରାଯାଇଛି । ଡ୍ୟାମର ତିନୋଟି ଗେଟ ୮ ଇଞ୍ଚ ଖୋଲାଯାଇଛି ।

ନଦୀ ଗର୍ଭରେ ଜଳ ନିଷ୍କାସନ ହୋଇ ଜଳ ଧାରଣ କ୍ଷମତା କମିଲା ପରେ ଗେଟ ଗୁଡିକ ସମ୍ପୂର୍ଣ୍ଣ ବନ୍ଦ କରାଯିବ। ଗତକାଲି ଜିଲ୍ଲାର ସର୍ବାଧିକ ବର୍ଷା ୧୫୩mm ବାଘଲଟି ଉପର ମୁଣ୍ଡରେ ବର୍ଷା ରେକର୍ଡ କରାଯାଇଛି । ଏ ନେଇ ସୂଚନା ଦେଇଛନ୍ତି ଚିକିଟି ଜଳସେଚନ ବିଭାଜନ ଅଧିକ୍ଷଣ ଯନ୍ତ୍ରୀ ସଂଜୀବ ଦାସ ଶର୍ମା ।