ଜେଏସଡବ୍ଲ୍ୟୁବିପିଏସଏଲରେ ମହାଆଡମ୍ବରରେ ପାଳିତ ହେଲା ରଜ ମହୋତ୍ସବ
ରଜ କୁଇନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ
ସମ୍ବଲପୁର, ୧୭/୦୬: ସମ୍ବଲପୁର ୱାର୍କସସ୍ଥିତ ଜେଏସଡବ୍ଲ୍ୟୁବିପିଏସଏଲଠାରେ ମହାଆଡମ୍ବରରେ ପାଳିତ ହୋଇଯାଇଛି ରଜ ମହୋତ୍ସବ। ସାମୂହିକ ଭାଗିଦାରୀରେ ବେଶ ଉତ୍ସାହର ସହ ରଜ ମହୋତ୍ସବ ପାଳିତ ହୋଇଛି। ଆକାଂକ୍ଷା ଲେଡିଜ୍ କ୍ଲବରେ ଅନୁଷ୍ଠିତ ଏହି ଉତ୍ସବରେ ରଜ ମଣ୍ଡପକୁ ଖୁବ ସୁନ୍ଦର ଭାବେ ସଜା ଯାଇଥିବା ବେଳେ ଏହାର ମୁଖ୍ୟ ଆକର୍ଷଣ ଥିଲା “ରଜ ଝୁଲା”, ଯାହାକୁ ଖୁବ ସୁନ୍ଦର ଭାବରେ ସଜା ଯାଇଥିଲା।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆକାଂକ୍ଷା ଲେଡିଜ୍ କ୍ଲବର ସଭାପତି ନୀଲମ ସିଂହଙ୍କ ସମେତ ଏହି କ୍ଲବର ସଦସ୍ୟ ଓ ସ୍ଥାନୀୟ ବାସିନ୍ଦା ଯୋଗ ଦେଇଥିଲେ। ସମସ୍ତେ ପାରମ୍ପରିକ ପୋଷାକ ପିନ୍ଧିଥିଲେ।
ଏହା ସହିତ ଏହି ମହୋତ୍ସବରେ ରଜ କୁଇନ ପ୍ରତିଯୋଗିତା ହୋଇଥିଲା, ଯେଉଁଥିରେ ରଜ ଗୀତରେ ନାଚି ପ୍ରତିଯୋଗିତାର ଖୁବ ମଜା ଉଠାଇଥିଲେ। ଏହି ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଏବଂ ପରିଶେଷରେ ରାତ୍ରୀ ଭୋଜନ ସହ ଉତ୍ସବର ମାହୋଲ ଶେଷ ହୋଇଥିଲା।
ରଜ ପୃଥିବୀ, ନାରୀତ୍ୱ ଏବଂ ମୌସୁମୀର ଆଗମନକୁ ସମ୍ମାନ ଦେଉଥିବା ଏହି ପର୍ବ ପୌରାଣିକ କାହାଣୀରେ ଗଭୀର ଭାବରେ ଜଡ଼ିତ ଏବଂ ପୃଥିବୀର ପୁନର୍ଜନ୍ମର ପ୍ରତୀକ ଅଟେ।