ଡାଇରିଆ ପ୍ରବଣ ଜିଲ୍ଲାରେ ସ୍କୁଲ ବନ୍ଦ

କେଉଁ ଜିଲ୍ଲାରେ ସ୍କୁଲ ବନ୍ଦ ରହିବ ଜାଣନ୍ତୁ

ଭୁବନେଶ୍ୱର, ୧୯/୦୬: ରାଜ୍ୟରେ ଡାଇରିଆ ସଂକ୍ରମଣକୁ ଦୃଷ୍ଟିରେ ରଖି କିଛି ଜିଲ୍ଲାରେ ସ୍କୁଲ ଓ ଅଙ୍ଗନୱାଡ଼ି ଛୁଟି କରିବା ନିଷ୍ପତ୍ତି ଜିଲ୍ଲାପାଳଙ୍କ ହାତରେ ନ୍ୟସ୍ତ କରିଛନ୍ତି। ଏ ନେଇ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ମନ୍ତ୍ରୀ କହିଛନ୍ତି, ଡାଇରିଆ ପ୍ରବଣ ୩ ଜିଲ୍ଲାର ସ୍ଥିତି ଦେଖି ସ୍କୁଲ ବନ୍ଦ ନିଷ୍ପତ୍ତି ନେବେ ଜିଲ୍ଲାପାଳ। ପାଚିକା ମାନେ ମଧ୍ୟାହ୍ନ ଭୋଜନରେ ପିଲାମାନଙ୍କୁ ଗରମ ଖାଦ୍ୟ ସହିତ ଫୁଟା ପାଣି ଦେବାକୁ ଗୁରୁତ୍ୱ ଦିଆଯାଉଛି। ଏହା ସହ ହଷ୍ଟେଲ ଓ ସ୍କୁଲ ପରିସରକୁ ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ମନ୍ତ୍ରୀ କହିଛନ୍ତି।

ରଜ ଛୁଟି ପରେ ୨୦ ତାରିଖରୁ ସ୍କୁଲ ଖୋଲିବା ପାଇଁ ଘୋଷଣା ହୋଇଥିଲେ ହେଁ ଡାଇରିଆ ଯୋଗୁଁ ବିଭିନ୍ନ ଜିଲ୍ଲାରେ ସ୍ଥିତି ଦେଖି ସ୍କୁଲ ଛୁଟି ପାଇଁ ମନ୍ତ୍ରୀ ଘୋଷଣା କରିବା ପରେ ଭଦ୍ରକରେ ୨୧ ତାରିଖ ପର୍ଯ୍ୟନ୍ତ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ନିର୍ଦ୍ଦେଶ। ଡାଇରିଆ ପାଇଁ ବନ୍ଦ ରଖିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ରହିଛି। ଅଙ୍ଗନବାଡ଼ି କେନ୍ଦ୍ର, ସମସ୍ତ ସ୍କୁଲ୍ ଓ କଲେଜ ବନ୍ଦ ପାଇଁ ନିର୍ଦ୍ଦେଶ। ସେହିଭଳି ଡାଇରିଆ ପାଇଁ ୨୪ ଯାଏଁ ପର୍ଯ୍ୟନ୍ତ ଯାଜପୁର ଜିଲ୍ଲାରେ ସ୍କୁଲ୍, ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ। ଶିକ୍ଷକ ଓ ଅଙ୍ଗନବାଡ଼ି କର୍ମୀ ସ୍କୁଲ୍ ଆସି ପରିମଳ ବ୍ୟବସ୍ଥା ପରଖିବେ।