ଅବପାତ ପ୍ରଭାବରେ ସାରାରାଜ୍ୟରେ ବର୍ଷା, ଆସନ୍ତାକାଲି ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ।

ଦକ୍ଷିଣ ଓଡି଼ଶା ଉପରେ ସକ୍ରିୟ ରହିଛି ଅବପାତ । ଘଣ୍ଟାପ୍ରତି ୨୫ କିମି ବେଗରେ କରୁଛି ଗତି । ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି ଅବପାତ । ଭବାନୀପାଟଣାଠାରୁ ଦକ୍ଷିଣ-ପୂର୍ବ ଦିଗରେ ୧୦ କିମି ଦୂରରେ କେନ୍ଦ୍ରୀଭୂତ । ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ମୌସୁମୀ ନିମ୍ନ-ଚାପ ରେଖା ଗୁଜୁରାଟର ନଲିଆରୁ ବାହାରି ଅହମ୍ମଦାବାଦ, ଜଗଦଲପୁର ଏବଂ ଦକ୍ଷିଣ ଓଡିଶା ଉପରେ ଅବପାତକେନ୍ଦ୍ରଠାରୁ ପୂର୍ବ-ଦକ୍ଷିଣପୂର୍ବ ଦିଗରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଯାଏଁ ଲମ୍ବିଛି ।

ଏହାର ପ୍ରଭାବରେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୩୨.୩ ମିଲିମିଟର ବର୍ଷା ହୋଇଛି । ଯାହା ସ୍ୱାଭାବିକ ବର୍ଷା ୮ ଦଶମିକ ୭ ମିଲିମିଟର ତୁଳନାରେ ୧୫୪% ଅଧିକ । ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାଶଙ୍କ ସୂଚନା ଅନୁସାରେ ୩୭ଟି ସ୍ଥାନରେ ପ୍ରବଳ ବର୍ଷା ଏବଂ ୩ଟି ସ୍ଥାନରେ ଅତିପ୍ରବଳ ବର୍ଷା ରେକର୍ଡ କରାଯାଇଛି ।

ଆଗାମୀ ୨୪ ଘଣ୍ଟାରେ ଅବପାତଟି ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ଏହା ଦକ୍ଷିଣ ଓଡିଶା ଏବଂ ଦକ୍ଷିଣ ଛତିଶଗଡ ଦେଇ ଗତି କରିବା ସହ କ୍ରମଶଃ ଦୁର୍ବଳ ହୋଇଯିବ । କିନ୍ତୁ ଏହା ପ୍ରଭାବରେ ଆଗାମୀ ୨୪ ଘଣ୍ଟାରେ ୧୦ଟି ଜିଲ୍ଲାରେ ପ୍ରବଳବର୍ଷା ନେଇ ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଏପରିକି ଗୋଟିଏ ଦୁଇଟି ସ୍ଥାନରେ ୭ରୁ ୨୦ ସେଣ୍ଟିମିଟର ଯାଏଁ ବର୍ଷା ହୋଇପାରେ । ସେହିପରି ୧୮ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ନଜର ପକାନ୍ତୁ କେଉଁ ଜିଲ୍ଲାଗୁଡିକରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।