ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ବଡ଼ ଅପଡେଟ

ସୂଚନା ଦେଲେ ଭାଇ ପ୍ରେମ ପଟ୍ଟନାୟକ

ମୁମ୍ବାଇ, ୨୩/୦୬: ସର୍ଭାଇକାଲ ଆର୍ଥ୍ରାଇଟିସ ପାଇଁ ଚିକିତ୍ସିତ ହେଉଥିବା ବିରୋଧୀ ଦଳ ନେତା ତଥା ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ଅସ୍ତ୍ରୋପଚାର ପରେ ସୁସ୍ଥ ଥିବା କହିଛନ୍ତି ଭାଇ ପ୍ରେମ ପଟ୍ଟନାୟକ। ଶ୍ରୀଯୁକ୍ତ ପ୍ରେମ ପଟ୍ଟନାୟକ ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକ୍ରାନ୍ତରେ ସୋସିଆଲ ମିଡ଼ିଆରେ ଅପଡେଟ କରିଛନ୍ତି। ସେ କହିଛନ୍ତି, ନବୀନ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ସେ କିଛି ପାଦ ନିଜେ ଚାଲି ପାରୁଛନ୍ତି। ନବୀନଙ୍କ ଦୀର୍ଘାୟୁ କାମନା ପାଇଁ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସୂଚନାଯୋଗ୍ୟ, ଗତ ୨୦ ତାରିଖରେ ନବୀନ ଚିକିତ୍ସା ପାଇଁ ମୁମ୍ବାଇ ଯାଇଥିଲେ। ୨୨ ତାରିଖରେ ମୁମ୍ବାଇର କୋକିଲାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ତାଙ୍କର ବ୍ୟକ୍ତିଗତ ଡାକ୍ତର ରମାକାନ୍ତ ପଣ୍ଡାଙ୍କ ତତ୍ତ୍ୱାବଧାନରେ ଅସ୍ତ୍ରୋପଚାର ହୋଇଥିଲା। ତେବେ ନବୀନଙ୍କ ଶୀଘ୍ର ସୁସ୍ଥ ହେବା ନେଇ ବିଜେଡ଼ିର ନେତା ଓ କର୍ମୀମାନେ ସମୂହ ଦୀପଦାନ କରିଥିଲେ।