ଜଗନ୍ନାଥ ପ୍ରଧାନଙ୍କ ଗିରଫ ଦାବି କଲା ଓଏଏସ ସଂଘ

ସୁରକ୍ଷା ଯୋଗାଇବାକୁ ଦାବି

ଭୁବନେଶ୍ୱର, ୦୨/୦୭: ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ (BMC)ର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କ କାର୍ଯ୍ୟରତ ଥିବା ବେଳେ ଆକ୍ରମଣକୁ ଦୃଢ଼ ନିନ୍ଦା କରି ଓଡ଼ିଶା ପ୍ରଶାସନିକ ସେବା ସଂଘ (OASA) ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି।

ସଂଘ ଏହି ଘଟଣା ଉପରେ ଗଭୀର ଚିନ୍ତା ପ୍ରକଟ କରିବା ସହ ଆକ୍ରମଣ ପଛରେ ଥିବା ମୁଖ୍ୟ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛି।

ଏହା ସହ ତହସିଲଦାର, ସବ୍-କଲେକ୍ଟର, ବିଡିଓ ଏବଂ EO ସମେତ ସମସ୍ତ କ୍ଷେତ୍ରସ୍ତରୀୟ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ପାଇଁ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା କରିବାକୁ ମଧ୍ୟ ଦାବି କରିଛି।