ଭୁବନେଶ୍ୱର, ୦୨/୦୭: ରାଜ୍ୟ ସରକାର ଜୁନ୍ ୨୯ ରାତିରେ ପୁରୀର ଗୁଣ୍ଡିଚା ମନ୍ଦିରରେ ଘଟିଥିବା ଦଳାଚକଟା ଘଟଣାର ବିସ୍ତୃତ ତଦନ୍ତରେ ଉନ୍ନୟନ କମିଶନର ଅନୁ ଗର୍ଗଙ୍କୁ ସହାୟତା କରିବା ପାଇଁ ଚାରି ଜଣ ବରିଷ୍ଠ OAS ଅଧିକାରୀଙ୍କୁ ନେଇ ଏକ ଦଳ ଗଠନ କରିଛନ୍ତି ରାଜ୍ୟ ସରକାର। ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଆଜି ନିର୍ଦ୍ଦେଶନାମା ଜାରି ହୋଇଛି।
ନିର୍ଦ୍ଦେଶନାମାରେ କୁହାଯାଇଛି ଯେ ଓଏଏସ ଅଧିକାରୀ ମାନସ ରଞ୍ଜନ ସାମଲ, ବିନୟ କୁମାର ଦାଶ, ରଶ୍ମୀ ରଂଜନ ନାୟକ ଓ ପ୍ରଦୀପ କୁମାର ସାହୁଙ୍କୁ ତଦନ୍ତକାରୀ ଟିମ୍ରେ ସାମିଲ କରାଯାଇଛି। ଏହି ୪ଜଣ ଜଣ ଓଏଏସ୍ ଅଧିକାରୀ ପ୍ରତିଦିନ ଉନ୍ନୟନ କମିସନରଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ରହି ଅପରାହ୍ଣ ୩ଟାରୁ ୫ଟା ଯାଏଁ ତଦନ୍ତ ପାଇଁ ସମୟ ଦେବେ।