ଭୁବନେଶ୍ୱର, ୦୨/୦୭: ବିଏମସିର ଅତିରିକ୍ତ କମିଶନର ରତ୍ନାକର ସାହୁ ଅସୁସ୍ଥ ହୋଇ ପଡ଼ିଛନ୍ତି। ଚେତା ଶୂନ୍ୟ ହୋଇଯିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବିଏମସି ଅଫିସରେ ନିଜ ଚାମ୍ବରରେ କାମ କରିବା ବେଳେ ବେହୋସ୍ ହୋଇ ତଳେ ପଡ଼ି ଯାଇଥିଲେ। ଏହା ପରେ ଆମ୍ବୁଲାନ୍ସରେ ତାଙ୍କୁ ହସ୍ପିଟାଲ ନିଆଯାଇଛି।
ସୂଚନାଯୋଗ୍ୟ, ଗତ ୩୦ ତାରିଖରେ ଦିନ ୧୧ଟା ସମୟରେ ଅଭିଯୋଗ ଶୁଣାଣି ଚାଲିଥିବା ବେଳେ ତାଙ୍କ ଉପରକୁ ଆକ୍ରମଣ ପରେ ସେ ମାନସିକ ଦୁଶ୍ଚିନ୍ତା ମଧ୍ୟଦେଇ ଗତି କରୁଥିଲେ। ଅସୁସ୍ଥ ହେବାର କାରଣ ମାନସିକ ଅବସାଦ ବୋଲି କୁହାଯାଉଛି।