ଧର୍ମଗଡ଼, ୦୩/୦୭(ଦର୍ଶନ ନ୍ୟୁଜ): କଳାହାଣ୍ଡି ଜିଲ୍ଲା ଧର୍ମଗଡ ସ୍ଥିତ ସାହାରା କମ୍ପାନୀରେ କାର୍ଯ୍ୟରତ ପୁଅ ଘନଶ୍ୟାମ ମାଝୀ (୨୮) ନିଖୋଜ ହୋଇଯାଇଥିବା ପୁଅର ବାପା ପ୍ରସାଦ ମାଝୀ ଧର୍ମଗଡ ଥାନାରେ ଏତଲା ଦେଇଛନ୍ତି। ଉଲ୍ଲେଖ ଥାଉ କି କଳମପୁର ଥାନା ବଲାଗାଁର ପ୍ରସାଦ ମାଝୀଙ୍କ ପୁଅ ଘନଶ୍ୟାମ ମାଝୀ ଧର୍ମଗଡ ସାହାରା କମ୍ପାନୀରେ ଦୀର୍ଘ ଦିନରୁ କାର୍ଯ୍ୟରତ ଥିବାବେଳେ ଗତ ଜୁନ ୨୪ ତାରିଖ ଦିନ କମ୍ପାନୀର ଦୁଇଜଣ କର୍ମଚାରୀ ବଲାଗାଁକୁ ଯାଇ ପରିବାର ବର୍ଗଙ୍କୁ ଆପଣଙ୍କ बूथ ଘନଶ୍ୟାମ ମାଝୀ ଘରକୁ ଆସିଛି ବୋଲି ପଚାରିଥିଲେ। ପରିବାର ଲୋକେ ଘରକୁ ଆସିନି ବୋଲି କହିବାରୁ ଆପଣଙ୍କ ପୁଅ ଗତ ଜୁନ 90 ତାରିଖ ଶୁକ୍ରବାର ଦିନ ପୋଲିସ ହୋମଗାର୍ଡ ମଗାର୍ଡ ଇଣ୍ଟରଭିୟୁ ଦେବାକୁ ଯାଉଛି କହି ଆଉ ଫେ ଆଉ ଫେରି ନାହାନ୍ତି ବୋଲି କମ୍ପାନୀରୁ ଆସିଥିବା ଦୁଇ ଜଣ କର୍ମଚାରୀ ପରିବାର ଲୋକଙ୍କୁ କହିଥିଲେ। ପରିବାର ଲୋକେ ଖୋଜାଖୋଜି କରିବାପରେ ନ ପାଇବାରୁ ଗତ 99 ତାରିଖରେ ଧର୍ମଗଡ ଥାନାରେ ଏତଲା ଦେଇଥିଲେ। ପୋଲିସ ଥାନାରେ କେଶ ନମ୍ବର ୪୪/୨୦୨୫ରେ งด ମାମଲା ରୁଜୁ କରି ତଦନ୍ତ ଜାରିରଖୁଥିବା ବେଳେ ବୁଧବାର ସକାଳ ୧୧ ଟା ରେ ଆଦିବାସୀ ସଙ୍ଘ ତରଫରୁ ଦକ୍ଷିଣ ଓଡିଶା ଆଦିବାସି ମହାସଂଘ ସଭାପତି ଗଙ୍ଗାଧର ମାଝୀ, ଜିଲ୍ଲା ଆଦିବାସୀ ସଙ୍ଘ ସଭାପତି ପ୍ରକାଶ ମାଝୀ, ଜୟପାଟଣା ଆଦିବାସୀ ସଙ୍ଘ ସଭାପତି ମନୋଜ ପାତ୍ର, ଜୁନାଗଡ଼ ବ୍ଲକ ସଭାପତି ହୃଦାନନ୍ଦ ମାଝୀ, ଧର୍ମଗଡ ବ୍ଳକ ଆଦିବାସୀ ସଂଘ କୋଷାଧକ୍ଷ ଶ୍ୟାମ ସୁନ୍ଦର ମାଝୀ, ସମ୍ପାଦକ ଗୋବଦ୍ଧନ ଶବର, ଉପସଭାପତି ବନମାଳୀ ଭୋଇ, ରୁକୁରାମ ଶବର, ପୁରୁଷୋତ୍ତମ ମାଝୀ, ପ୍ରସାଦ ମାଝୀ ଧର୍ମଗଡ ଥାନାର ଦ୍ବାରସ୍ତ ହୋଇ ଥାନା ଅଧିକାରୀଙ୍କୁ ସାକ୍ଷାତ କରି ନିଖୋଜ ଯୁବକ ସମ୍ପର୍କ ରେ ଆଲୋଚନା କରିଥିଲେ।
Prev Post
Next Post