ବାୈଦ୍ଧ, ୦୩/୦୭ (ଦର୍ଶନ ନ୍ୟୁଜ୍): ସକାଳ ଭୋର ୪ଟା ସମୟରେ ବାୈଦ୍ଧ ଥାନାର ରାମ୍ଭିକଟା ୫୭ ନମ୍ଵର ଜାତୀୟ ରାଜପଥ କଡ଼ରେ ରେ ଛିଡ଼ା ହୋଇଥିବା ଟ୍ରକ୍ କୁ କାର୍ ପିଟିଦେଇ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦୁର୍ଘଟଣାରେ କାର କ୍ଷତିଗ୍ରସ୍ତ ହୋଇଥିବା ବେଳେ ସ୍ଥାନୀୟ ଲୋକେ କାରରୁ ଦୁର୍ଘଟଣା ଗ୍ରସ୍ତଙ୍କୁ ଉଦ୍ଧାର କରି ବାୈଦ୍ଧ ଡାକ୍ତରଖାନା ପଠାଇଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ନିଜ ପିତାଙ୍କ ଅନ୍ତିମ ସଂସ୍କାର ରେ ମୁଖାଗ୍ନି ଦେବାକୁ ନୁଆଁପଡାରୁ ଗଣିଆଁ ଅଞ୍ଚଳର ରାଜକିଶୋର ସାହୁ ନିଜ ପତ୍ନୀଙ୍କ ସହିତ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ବାୈଦ୍ଧ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବାରମ୍ବାର ଏଭଳି ଦୁର୍ଘଟଣା ଘଟୁଥିଲେ ମଧ୍ୟ ସଜାଗ ନହେବା ଆଲୋଚନା ହେଉଛି।
Next Post