ଦଳମତ ନିର୍ବିଶେଷରେ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବା ପାଇଁ ଟ୍ବିଟ କଲେ ମୁଖ୍ୟମନ୍ତ୍ରୀ

ଏନ୍‌ଡିଏ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିବା ପରେ ଓଡ଼ିଶାରେ ଏହାକୁ ନେଇ ସମସ୍ତେ ଗୌରବାନ୍ୟିତ । ଦଳମତ ନିର୍ବିଶେଷରେ ପ୍ରତ୍ୟେକ ରାଜନେତା ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଛା ଜଣାଇଥିଲେ। ବିଜେଡ଼ି ଦ୍ରୌପଦୀଙ୍କୁ ସମର୍ଥନ କରିବା ବୋଲି ପୂର୍ବରୁ ସଂକେତ ଦେଇସାରିଥିଲେ ଦଳର ନେତାମାନେ। ଏବେ ଚିତ୍ର ସ୍ପଷ୍ଟ ହୋଇଛି।

ଭୁବନେଶ୍ୱର: ଏନ୍‌ଡିଏ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିବା ପରେ ଓଡ଼ିଶାରେ ଏହାକୁ ନେଇ ସମସ୍ତେ ଗୌରବାନ୍ୟିତ । ଦଳମତ ନିର୍ବିଶେଷରେ ପ୍ରତ୍ୟେକ ରାଜନେତା ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଛା ଜଣାଇଥିଲେ। ବିଜେଡ଼ି ଦ୍ରୌପଦୀଙ୍କୁ ସମର୍ଥନ କରିବା ବୋଲି ପୂର୍ବରୁ ସଂକେତ ଦେଇସାରିଥିଲେ ଦଳର ନେତାମାନେ। ଏବେ ଚିତ୍ର ସ୍ପଷ୍ଟ ହୋଇଛି।

ମୁଖ୍ୟମନ୍ତ୍ରୀ ଏବେ ଟ୍ବିଟ କରି ମୁର୍ମୁଙ୍କୁ ସମର୍ଥନ କରିବାକୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ମୁଖ୍ୟମନ୍ତ୍ରୀ ଟ୍ବିଟରେ ଲେଖିଛନ୍ତି, ଓଡ଼ିଶା ବିଧାନସଭାର ସମସ୍ତ ସଦସ୍ୟଙ୍କୁ ଅପିଲ କରୁଛି ଯେ, ଦଳମତ ନିର୍ବିଶେଷରେ ସମସ୍ତେ ଓଡ଼ିଶାର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ଦେଶର ସର୍ବୋଚ୍ଚ ପଦବୀକୁ ନିର୍ବାଚିତ କରିବା ପାଇଁ ସର୍ବସମ୍ମତି କ୍ରମେ ସମର୍ଥନ କରନ୍ତୁ।

ଏହା ପୂର୍ବରୁ ଦ୍ରୌପଦୀ ମୁର୍ମୁଙ୍କ ନାମ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା ହେବା ପରେ ଇଟାଲି ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରି ଶୁଭେଚ୍ଛା ଜଣାଇଥିଲେ। ନବୀନ ଟୁଇଟ୍ କରିଥିଲେ ଯେ ଦେଶର ସର୍ବୋଚ୍ଚ ପଦବୀ ପାଇଁ ଏନ୍‌ଡିଏର ପ୍ରାର୍ଥୀ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଅଭିନନ୍ଦନ।

ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏ ପ୍ରସ୍ତାବ ନେଇ ମୋ ସହ ଆଲୋଚନା କରିଥିଲେ ମୁଁ ବହୁତ ଖୁସି ହୋଇଥିଲି। ବାସ୍ତବରେ ଓଡ଼ିଶାବାସୀଙ୍କ ପାଇଁ ଏହା ଗର୍ବର ମୁହୂର୍ତ୍ତ। ଦେଶରେ ମହିଳା ସଶକ୍ତୀକରଣ କ୍ଷେତ୍ରରେ ଶ୍ରୀମତୀ ମୁର୍ମୁ ଏକ ଉଦାହରଣ ସୃଷ୍ଟି କରିବେ ବୋଲି ମୁଁ ନିଶ୍ଚିତ।