ନୂଆଦିଲ୍ଲୀ, ୦୮/୦୭: ଆସନ୍ତା ୧୭ ଜୁଲାଇ ୨୦୨୫ରେ ଓଡ଼ିଶାରେ ବନ୍ଦ ଡାକରା ଦିଆଯାଇଛି। କଂଗ୍ରେସ ଓ ବାମପନ୍ଥୀ ଦଳ ସମେତ ୭ଟି ରାଜନୈତିକ ଦଳ ଦ୍ୱାରା ଶାନ୍ତିପୂର୍ଣ୍ଣ ବନ୍ଦ ଡାକରା ଦିଆଯାଇଛି। ବାଲେଶ୍ୱରରେ ଫକୀରମୋହନ ବିଶ୍ବବିଦ୍ୟାଳୟରେ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ ଘଟଣାରେ ନ୍ୟାୟିକ ତଦନ୍ତ ଦାବି କରି ଏହି ବନ୍ଦ ଡାକରା ଦିଆଯାଇଛି। ଆସନ୍ତାକାଲି ଅଖ ଚକ ବନ୍ଦ କରିବ କଂଗ୍ରେସ। ଗାଡ଼ି ମୋଟର ଚଳାଚଳ ବନ୍ଦ ରହିବ। ସେହିପରି ସ୍କୁଲ୍ କଲେଜ୍, ଦୋକାନ ବଜାର ଓ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିବ। ବନ୍ଦ ପାଳନ ବେଳେ ସ୍ବାସ୍ଥ୍ୟ ଭଳି ଜରୁରିକାଳୀନ ସେବା ଜାରି ରହିବ। ମେଡିକାଲ୍, ମେଡିସିନ୍ ଷ୍ଟୋର, ଆମ୍ବୁଲାନ୍ସ ଭଳି ସେବା ଜାରି ରହିବ। ଆସନ୍ତାକାଲି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି କଂଗ୍ରେସ।
Prev Post