କାଲି ପେଟ୍ରୋଲ ପମ୍ପ ବନ୍ଦ

ପେଟ୍ରୋଲ ଡିଲର ସଂଘର ବଡ଼ ଘୋଷଣା

ଭୁବନେଶ୍ୱର, ୧୬/୦୭: ରାଜ୍ୟରେ ଆସନ୍ତାକାଲି କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡ଼ାକରା ଦିଆଯାଇଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପ ବନ୍ଦ ରହିବ ବୋଲି ଘୋଷଣା କରିଛି ପେଟ୍ରୋଲ ଡିଲର ସଂଘ।

ସୁରକ୍ଷା ଦୃଷ୍ଟିରୁ ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏଁ ୧୨ ଘଣ୍ଟା ଧରି ପେଟ୍ରୋଲ ପମ୍ପ ବନ୍ଦ ରହିବ। ବ୍ୟବସାୟରେ ୧୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା କ୍ଷତି ହେବ। ରାଜ୍ୟରେ ଥିବା ୩ଟି ଡିପୋ ସହ ୩ ହଜାରରୁ ଉର୍ଦ୍ଧ୍ବ ପେଟ୍ରୋଲ ପମ୍ପ ବନ୍ଦ ରହିବ। ସରକାର ଯଦି ସୁରକ୍ଷା ଦେବେ ତାହାଲେ ହିଁ ପେଟ୍ରୋଲ ପମ୍ପ ଖୋଲିବ। ନୀତିଗତ ଭାବରେ ଆସୋସିଏସନ ଏହି ନିଷ୍ପତ୍ତି ନେଇଛି ବୋଲି ପେଟ୍ରୋଲ ଡିଲର ଆସୋସିଏସନର ରାଜ୍ୟ ସଭାପତି ଶଶାଙ୍କ ଶେଖର ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।