ଯାତ୍ରୀଙ୍କ ସୁବିଧା ପାଇଁ କିଛି ଟ୍ରେନର ସମୟସୀମା ବୃଦ୍ଧି କଲା ପୂର୍ବତଟ ରେଳପଥ

ପ୍ରମୁଖ ଟ୍ରେନର ଅତିରିକ୍ତ କୋଚ୍ ସଂଯୋଗ

ଭୁବନେଶ୍ୱର, ୧୭/୦୭: ପୂର୍ବତଟ ରେଳପଥ ପକ୍ଷରୁ ଯାତ୍ରୀଙ୍କ ସୁବିଧା ବୃଦ୍ଧି ଓ ବର୍ଦ୍ଧିତ ଯାତ୍ରା ଚାହିଦାକୁ ପୂରଣ କରିବା ଲକ୍ଷ୍ୟରେ ଏବଂ ଉତ୍ତମ ଯାତ୍ରା ସୁବିଧା ସୁନିଶ୍ଚିତ କରିବା ପାଇଁ କିଛି ଟ୍ରେନର ସମୟସୀମା ବୃଦ୍ଧି ଏବଂ ଅତିରିକ୍ତ କୋଚ୍ ସଂଯୋଗ ବ୍ୟବସ୍ଥା କରାଯାଇଛି ।

ଟ୍ରେନଗୁଡ଼ିକର ସମୟସୀମା ବୃଦ୍ଧି:

ନିରନ୍ତର ଜନସାଧାରଣଙ୍କ ଚାହିଦା ଏବଂ ପୃଷ୍ଠପୋଷକତାକୁ ଦୃଷ୍ଟିରେ ରଖି, ନିମ୍ନଲିଖିତ ସ୍ୱତନ୍ତ୍ର ଟ୍ରେନଗୁଡ଼ିକର ସମୟସୀମା ବୃଦ୍ଧି କରାଯାଇଛି:

• ଟ୍ରେନ ନମ୍ବର ୦୨୮୩୨/ ୦୨୮୩୧ ଭୁବନେଶ୍ୱର-ଧାନବାଦ-ସ୍ପେଶାଲ ୩୧ ଜୁଲାଇ ୨୦୨୫ ପର୍ଯ୍ୟନ୍ତ ଭୁବନେଶ୍ୱରରୁ ଏବଂ ଧାନବାଦରୁ ଏହା ୦୧ ଅଗଷ୍ଟ ୨୦୨୫ ତାରିଖ ପର୍ଯ୍ୟନ୍ତ ଚଳାଚଳରେ ବୃଦ୍ଧି କରାଯାଇଛି ।

• ଟ୍ରେନ ନମ୍ବର ୦୨୮୩୯/୦୨୮୪୦ ଶାଲିମାର-ପୁରୀ-ସ୍ପେଶାଲ 31 ଅଗଷ୍ଟ 2025 ପର୍ଯ୍ୟନ୍ତ ଶାଲିମାରରୁ ଏବଂ ପୁରୀରୁ ଏହା 1 ସେପ୍ଟେମ୍ବର 2025 ପର୍ଯ୍ୟନ୍ତ ଚଳାଚଳରେ ବୃଦ୍ଧି କରାଯାଇଛି ।

କୋଚ୍ ସଂଯୋଗ ହେଉଥିବା ପ୍ରମୁଖ ଟ୍ରେନ :

• ୨୦୭୦୭/୨୦୭୦୮ ସିକନ୍ଦରାବାଦ-ବିଶାଖାପାଟନମ୍-ସିକନ୍ଦରାବାଦ ବନ୍ଦେ ଭାରତ ଏକ୍ସପ୍ରେସକୁ 16 ରୁ 20 କୋଚକୁ ବୃଦ୍ଧି କରାଯାଇଛି ଯାହା ଦ୍ୱାରା ଯାତ୍ରୀଙ୍କ ଚାହିଦା ବୃଦ୍ଧି ଏବଂ ଯାତ୍ରା ଆରାମ ଆରମ ଦାୟକ ହୋଇପାରିବ।

• ୧୮୧୧୭/୧୮୧୧୮ ରାଉରକେଲା-ଗୁଣୁପୁର-ରାଉରକେଲା ରାଜ୍ୟରାଣୀ ଏକ୍ସପ୍ରେସରେ ଗୋଟିଏ ସ୍ଲିପର୍ କ୍ଲାସ କୋଚ୍ ଏବଂ ଗୋଟିଏ ଏସି ୨-ଟାୟାର ଅତିରିକ୍ତ କୋଚ୍ ସଂଯୋଗ କରାଯାଇଛି।