ବଳଙ୍ଗା ଘଟଣା: ୭୨ ଘଣ୍ଟା ଅତି ଗୁରୁତ୍ୱପୂର୍ଣ୍ଣ

ମାନସିକ ଅବସାଦରେ ଅଛନ୍ତି ପୀଡ଼ିତା

୭୫ ପ୍ରତିଶତ ଶରୀର ପୋଡ଼ି ଯାଇଛି: ଏମ୍ସ ନିର୍ଦ୍ଦେଶକ

ଭୁବନେଶ୍ୱର, ୧୯/୦୭: ପୁରୀ ବଳଙ୍ଗା ପୀଡ଼ିତାଙ୍କ ସ୍ୱାସ୍ଥ୍ୟବସ୍ଥା ଅତ୍ୟନ୍ତ ଗୁରୁତର ରହିଛି। ୭୫ ପ୍ରତିଶତ ଶରୀର ପୋଡ଼ିଛି। ୨୦ରୁ ୨୫ ପ୍ରତିଶତ ଛାଡି ସବୁ ପୋଡିଛି। ଭେଣ୍ଟିଲେଟରରେ ନାହାନ୍ତି, ଆଇସିୟୁରେ ଅକ୍ସିଜେନ ସପୋର୍ଟରେ ଅଛନ୍ତି। ଆଗାମୀ ୭୫ ଘଣ୍ଟା ଅତି ଗୁରୁତ୍ୱପୂର୍ଣ୍ଣ ଏବଂ ୪୮ ଘଣ୍ଟା ଅବଜରଭେସନରେ ରହିବେ। ପୀଡ଼ିତା କଥାବାର୍ତ୍ତା କରୁଛନ୍ତି। କିନ୍ତୁ ମାନସିକ ଅବସ୍ଥା ଭଲ ନାହିଁ। ତେଣୁ ତାଙ୍କର ଗୁରୁତ୍ବପୂର୍ଣ୍ଣ ଚିକିତ୍ସା ଦରକାର ଅଛି ବୋଲି ଏମ୍ସ ନିର୍ଦ୍ଦେଶକ କହିଛନ୍ତି।

ସୂଚନାଯୋଗ୍ୟ, ପୁରୀ ଜିଲ୍ଲା ବଳଙ୍ଗା ଥାନା ବାଇଆବର ଗାଁରେ ଆଜି ସକାଳେ ନାବାଳିକା ଜଣକ ନିଜ ସାଙ୍ଗ ଘରକୁ ବହି ଦେବା ପାଇଁ ଚାଲି ଚାଲି ଯାଉଥିବା ବେଳେ ୩ ଜଣ ଦୁର୍ବୃତ୍ତ ନାବାଳିକାକୁ ଏକ ନିର୍ଜନ ସ୍ଥାନକୁ ଉଠାଇ ନେଇ ସେଠାରେ କିରୋସିନି ଢାଳି ତାଙ୍କ ଶରୀରରେ ନିଆଁ ଲଗାଇ ଦେଇଥିଲେ। ଦେହରେ ନିଆଁ ଲାଗିବା ପରେ ସେ ଦୌଡ଼ି ଯାଇ ସ୍ଥାନୀୟ ଲୋକଙ୍କୁ ସାହାଯ୍ୟ ମାଗିଥିଲେ। ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ତାଙ୍କ ପରିବାରକୁ ଜଣାଇବା ସହ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ ଥିଲେ। ହେଲେ, ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। ଏମ୍ସର ବର୍ଣ୍ଣ ୱାର୍ଡରେ ତାଙ୍କର ଚିକିତ୍ସା ଚାଲିଛି।