ଭୁବନେଶ୍ୱର, ୨୩/୦୭: ହାଇଟେକ ଫାର୍ମାସୀ କଲେଜ ଭୁବନେଶ୍ୱରର ଏକ ବିଶେଷ ସଫଳତାର ଫର୍ଦ୍ଦ ଯୋଡି ହୋଇଛି । ଶେଷ ବର୍ଷର ବିଦ୍ୟାର୍ଥୀ ସାଇ ସରସ୍ୱତୀ ଖୁିଆ, ଋତୁପର୍ଣ୍ଣା ରାଉତ, ଅନନ୍ୟା କୁମାରୀ ସେଠୀ ସର୍ବଭାରତୀୟ ସ୍ତରରେ ‘ଜିପିଏଟି’ ରେ ଆଗୁଆ ଥିବାବେଳେ ଦମୟନ୍ତୀ ପୱର, ଅର୍ପିତା ବାରିକ, ଜନ୍ମେଜୟ କାସ୍ତା, ବିକାଶ ଟୁଡୁ, ଅର୍ଘ୍ୟରୂପା ରାଉତ, ଭୂମିକା ସାହୁ, ରାଜଶ୍ରୀ କାସ୍ତା, ସାସ୍ୱତୀ ମହାନ୍ତି, ଋତୁପର୍ଣ୍ଣା ରାଉତ, ସ୍ମୃତିରୋଖା ଲେଙ୍କା, ସ୍ୱସ୍ତି ସାର, ସ୍ମାରକ ରଏ ଆଦି ୧୩ ଜଣ ବିଦ୍ୟାର୍ଥୀ କ୍ରମାନ୍ୱୟରେ ଶତକଡା ୯୦% ମାର୍କ ରଖି ସଫଳତାର ଶୀର୍ଷରେ ପହିଁଛନ୍ତି । ସମସ୍ତ ବିଦ୍ୟାର୍ଥୀମାନେ ଏଥିପାଇଁ ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ଅଧ୍ୟାପିକାଙ୍କର ଶ୍ରେୟ ବୋଲି କହିଥିବା ବେଳେ ହାଇଟେକ୍ ଗ୍ରୁପ୍ର ପ୍ରତିଷ୍ଠାତା ଅଧ୍ୟକ୍ଷ ଡଃ ତିରୁପତି ପାଣିଗ୍ରାହୀ ଓ ମ୍ୟାନେଜିଙ୍ଗ ଟ୍ରଷ୍ଟି ଶୁରେଶ କୁମାର ପାଣିଗ୍ରାହୀ ସମସ୍ତ ବିଦ୍ୟାର୍ଥୀ ମାନଙ୍କ ଉଜ୍ୱଳ ଭବିଷ୍ୟତ କାମନା ସହ ଅଧ୍ୟାପକ, ଅଧ୍ୟାପିକା ଓ ଅଧ୍ୟକ୍ଷଙ୍କୁ ଧନ୍ୟବାଦ୍ ଦେଇଥିଲେ । ଏହି ଅବସରରେ ହାଇଟେକ୍ ଗ୍ରୁପର ଉପ-ନିର୍ଦ୍ଦେଶକ ଅନିଲ କୁମାର ପାଣିଗ୍ରାହୀ, ଅଧ୍ୟକ୍ଷ ଡ. ପ୍ରସନ୍ନ କୁମାର କର, ଉପାଧ୍ୟକ୍ଷା ବବିତା ସାହୁ , ଅଧ୍ୟାପକ ଦେବାଶିଷ କରନ୍, ନମିତ ନାୟକ, ସୌମ୍ୟରଞ୍ଜନ ଘରେଇ, ଅଧ୍ୟାପିକା ପ୍ରିୟଙ୍କା ପ୍ରିୟଦର୍ଶିନୀ, ତମନ୍ନା ତୁଷ୍ଣା ସାହୁ ଉପସ୍ଥିତ ରହି ବିଦ୍ୟାର୍ଥୀମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ଆଗାମୀ ଦିନରେ ଓଡିଶାରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ସମସ୍ତ ଜନସାଧାରଣଙ୍କ ପାଇଁ ସେମାନଙ୍କର ସ୍ୱାସ୍ଥ୍ୟ ସେବା ନିରନ୍ତର ଜାରି ରହୁ ବୋଲି ଆହ୍ୱାନ ଦେଇଥିଲେ ।
Prev Post